କନକ ବ୍ୟୁରୋ : 'କ୍ରୀଡାବିତଙ୍କ କ୍ଷମତାରେ ରହୁ ଭାରତର କ୍ରୀଡାସଂଘ'। ଦେଶର କ୍ରୀଡାବିତଙ୍କୁ ଭେଟି ଏଭଳି ଦାବି କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ହରିୟାଣାରେ ନିର୍ବାଚନୀ ପ୍ରଚାର ସମୟରେ ରାଜ୍ୟର ତଥା ରାଜ୍ୟ ବାହାରର ଅନେକ କ୍ରୀଡାବିତଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ଦେଶର ବ୍ୟବସ୍ଥା ଭିତରେ କ୍ରୀଡାବିତ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଲମ୍ପିକ ଭଳି କ୍ରୀଡାରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । କ୍ରୀଡାବିତଙ୍କୁ ସମର୍ଥନ କରୁଥିବା ବ୍ୟବସ୍ଥା ନ ଆଣିଲେ ଏ ସମସ୍ୟା ସମାଧାନ ହେବା ନାହିଁ ବୋଲି କହିଛନ୍ତି ରାହୁଲ। ଏଥିସହିତ କ୍ରୀଡାସଂଘ ଗଡିକର ନିୟନ୍ତ୍ରଣ କ୍ଷମତା ରାଜନେତାଙ୍କୁ ନଦିଆଯାଇ କ୍ରୀଡାବିତଙ୍କ ହାତରେ ରହିବା ଉପରେ ଜୋର ଦେଇଛନ୍ତି  ।