କନକବ୍ୟୁରୋ : ଇତିହାସ ରଚିଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ରୁଷ କରିପାରିଥିଲେ ତାହା ଭାରତ କରି ଦେଖାଇଛି। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍ଏଲ୍ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ ହୋଇଛି । ଏହାଦ୍ୱାରା ଚନ୍ଦ୍ରଯାନ-୪ ଅଭିଯାନ, ମହାକାଶରେ ସ୍ପେସ୍ ଷ୍ଟେସନ୍ ଏବଂ ଚନ୍ଦ୍ରରେ ଭାରତୀୟଙ୍କୁ ଓହ୍ଲାଇବାରେ ସ୍ବପ୍ନ ସାକାର ଦିଗରେ ସହାୟକ ହେବ ।
ଇସ୍ରୋର ଏହି ଅଭିଯାନ ସଫଳ ହେବା ପରେ ମହାକାଶରେ ଏଭଳି ଦକ୍ଷ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ଦେଶ ହୋଇଛି । ମିଶନର ଲକ୍ଷ୍ୟ ମହାକାଶରେ ଦୁଇଟି ସାଟେଲାଇଟ୍କୁ ପରସ୍ପର ସହ ଯୋଡିବ ।
ମହାକାଶ ବିଜ୍ଞାନ ଭାଷାରେ ଏହାକୁ ଡକିଂ ଓ ଅନ୍ଡକିଂ କୁହାଯାଏ। ମିଶନର ଟାର୍ଗେଟ୍ ହାସଲ କରିବା ପାଇଁ ଅନେକ ରକେଟ୍ ଲଞ୍ଚ ଆବଶ୍ୟକ ବେଳେ ଡକିଂ ଟେକ୍ନିକ୍ ଜରୁରୀ। ଡକିଂ ସିଷ୍ଟମ୍ ଦୁଇ ସାଟେଲାଇଟ୍ ମହାକାଶରେ ଯୋଡ଼ି ନୂଆ ଢାଞ୍ଚା ବନାଇବାର ପ୍ରକ୍ରିୟା। ସ୍ପେଡେକ୍ସ ମିଶନରେ ଏସ୍ଡିଏକ୍ସ୦୧ ଚେଜର ଓ ଏସ୍ଡିଏକ୍ସ୦୨ ଟାର୍ଗେଟ୍କୁ ମହାକାଶରେ ଯୋଡିବ । ଏଥିରେ ହାଇ ରିଜୋଲ୍ୟୁସନ୍ କ୍ୟାମେରା ସହ ଅନେକ ଉପକରଣ ରହିଛି।
ଇସ୍ରୋ ସ୍ପେଡେକ୍ସ ମିଶନ୍ର ସଫଳ ଉତ୍କ୍ଷେପଣ
- ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ନେଇ ଇସ୍ରୋର ଯୋଜନା
- PSLV-C60 ରକେଟ୍ ସାହାଯ୍ୟରେ ଉତ୍କ୍ଷେପଣ
- ମହାକାଶକୁ ଦୁଇଟି ପୃଥକ୍ ସ୍ପେଶ୍କ୍ରାଫ୍ଟ ନେଇ ଗଲା ରକେଟ୍
- ଭୂପୃଷ୍ଠରୁ ୪୭୦ କିଲୋମିଟର ଉପରେ ଛାଡିଲା PSLV-C60
- ଦୁଇଟି ଭିନ୍ନ ଭିନ୍ନ କକ୍ଷପଥରେ ପୃଥିବୀ ଚାରିପଟେ ଚକ୍କର ମାରିବ ଦୁଇ ସ୍ପେଶ୍କ୍ରାଫ୍ଟ
- ଦୁଇଟି ସ୍ପେଶ୍କ୍ରାଫ୍ଟର ଘଣ୍ଟାପ୍ରତି ବେଗ ୨୮,୮୦୦ କିମି
- ୧୦ ଦିନରେ ଦୁଇଟି ସ୍ପେଶ୍କ୍ରାଫ୍ଟକୁ ଡକିଂ ବା ଯୋଡ଼ାଯିବ
- ଡକିଂ ପରେ ଉଭୟ ସ୍ପେଶ୍କ୍ରାଫ୍ଟ ଭିତରେ ଇଲେକ୍ଟ୍ରିକାଲ ପାୱାର ଟ୍ରାନ୍ସଫର କରାଯିବ
- ଏହାପରେ ପୁଣି ଦୁଇଟି ସ୍ପେଶ୍କ୍ରାଫ୍ଟକୁ ଅନ୍ଡକିଂ ବା ଅଲଗା କରାଯିବ
- ଦୁଇଟି ସ୍ପେଶ୍କ୍ରାଫ୍ଟ ଡକିଂ ସମୟରେ ଏବଂ ପୃଥକ୍ ପୃଥକ୍ ଭାବେ କରିବେ କାମ
- ୨ ବର୍ଷ ଧରି ମହାକାଶରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବ ସ୍ପେଡେକ୍ସ
- ସ୍ପେଶ୍ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ