କନକବ୍ୟୁରୋ: ଆମେ ପ୍ରତ୍ୟେକ ଦିନ ନିଜର ନିତ୍ୟ କାମ ପାଇଁ  ରେଳ ଯାତ୍ରା କରିଥାଉ । ଟ୍ରେନରେ ଯାତ୍ରା କରିବା ଅଲଗା ମଜା ଥାଏ  । ଦୁର ଯାଗା ହେଉ କି ପାଖ ଯାଗା ହେଉ ସବୁଠି ଯାତ୍ରା କରିବା ପାଇଁ ଆମେ ଅଧିକାଂଶ ସମୟରେ ରେଳ ଯାତ୍ରା କରିଥାଉ  । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶର ଏପରି ଏକ ଜାଗା ଅଛି ଯେଉଁଠି ସବୁଠି ଛୋଟ ରେଳ ଯାତାୟତ କରେ । ଯାହାକୁ ଦେଶର ଛୋଟ ଟ୍ରେନ ଭାବେ ମଧ୍ୟ ଉପାଧି ମିଳିଛି  ।

Advertisment

ଏହି ମଧ୍ୟରେ ମହାରଷ୍ଟ୍ରର ନାଗପୁର ଠାରେ ଯାତାୟତ କରେ  । ଏଭଳି ଟ୍ରେନରେ  ରହିଛି କେବଳ ୩ଟି ବଗି  । ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ ରେଳ ଧାରଣାରେ ଛିଡା ହେଲେ ଟ୍ରେନଟି ଗୋଟିଏ ବଗି ରହିଥିବା ଭଳି ଦେଖାଯାଏ  ।  ଏହା ପ୍ରତିଦିନ ସକାଳେ ସଂନ୍ଧ୍ୟାରେ ଯାତାୟତ କରେ  । ଏହା ପ୍ରତିଦିନ କୋଜି ଟର୍ମିନାସ ଏବଂ ଏର୍ଣାକୁଲମ ଠାରୁ ଯାତାୟତ କରେ , ସବୁଠାରୁ ଶସ୍ତା ରେଳ ଯାତ୍ରା ହେଉଛି ଏହି ଟ୍ରେନରେ ଯାତ୍ରା କରିବା  । ଏହି ଟ୍ରେନରେ ରୁଟ ହେଉଛି କେବଳ ୯ କିଲୋମିଟର ଯାତ୍ରା କେବଲ ୪୦ ମିନିଟରେ କରିଥାଏ  ।

ଏହି ଟ୍ରେନରେ ସବୁ ବର୍ଗର ଲୋକ ଯାତ୍ରା କରିପାରିବେ  । ଏହା ଦେଶର ସବୁଠାରୁ ଛୋଟ ରେଳ ,ଏହି ଟ୍ରେନଟି ଯାତାୟତ କରିବା ବେଳେ କେବଳ ଗୋଟିଏ ଷ୍ଟେସନରେ ବ୍ରେକ ନେଇଥାଏ , ଯଦି ଆମେ ଦେଖିବା ତେବେ ଏହି ଟ୍ରେନରେ ୩୦୦ ଯାତ୍ରୀ ଯିବା ଆସିବା କରିବା ପାଇଁ ସୁବିଧା ରହିଛି , କିଛି ଲୋକ ଟ୍ରେନର ଆର୍କଷଣ ଦେଖି ଏହି ଛୋଟ ଟ୍ରେନରେ ଯାତ୍ରା କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି ଟ୍ରେନରେ ୩ କିଲୋମିଟର ଯାତ୍ରା କରିବା ପାଇଁ ଟ୍ରେନର ଟିକେଟର ମୁଲ୍ୟଦର ମଧ୍ୟ ଅଧିକ ରହିଥାଏ  । ଏହି ଟ୍ରେନରେ କେବଳ ମହିଳା କର୍ମଚାରୀ କାମ କରିଥାନ୍ତି  । ସେଥିରେ ମୋଟ ୨୨ ମହିଳା କାମ କରିଥାନ୍ତି ସେଥିରେ ରହିଥାନ୍ତି ଷ୍ଟେସନ ମାଷ୍ଟରଙ୍କ ସମତେ ମହିଳା ସଫେଇ କର୍ମଚାରୀ ମଧ୍ୟ ଏହି ଟ୍ରେନରେ କାମ କରିଥାନ୍ତି  । ଏହି ଟ୍ରେନ ଟି ମୁଖ୍ୟ ଭାବେ ନାଗପୁର ମଧ୍ୟ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦେଇ ପ୍ରତିଦିନ ଯାତାୟତ କରେ  ।