ସଙ୍କଟରେ ଭାରତର ସେମିଫାଇନାଲ ଆଶା! ଗୋଟିଏ ପରାଜୟ ବଦଳାଇଦେଲା ସମୀକରଣ

Advertisment

ସୁପର-୮ ପର୍ଯ୍ୟାୟରେ ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଗ୍ରୁପର ଶୀର୍ଷ ଦୁଇଟି ଦଳ ସେମିଫାଇନାଲକୁ ଯିବେ । ଜିତିଲେ ୨ ଅଙ୍କ, ମ୍ୟାଚ୍ ବାତିଲ ହେଲେ ୧ ଅଙ୍କ ଏବଂ ହାରିଲେ ଶୂନ୍ୟ ଅଙ୍କ ମିଳିବାର ବ୍ୟବସ୍ଥା ରହିଛି ।

ସୁପର-୮ ପର୍ଯ୍ୟାୟରେ ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଗ୍ରୁପର ଶୀର୍ଷ ଦୁଇଟି ଦଳ ସେମିଫାଇନାଲକୁ ଯିବେ । ଜିତିଲେ ୨ ଅଙ୍କ, ମ୍ୟାଚ୍ ବାତିଲ ହେଲେ ୧ ଅଙ୍କ ଏବଂ ହାରିଲେ ଶୂନ୍ୟ ଅଙ୍କ ମିଳିବାର ବ୍ୟବସ୍ଥା ରହିଛି ।

Team India

Team India Photograph: (Kanak news)

କନକ ବ୍ୟୁରୋ: ଆଇସିସି ମେନ୍ସ ଟି-୨୦ ବିଶ୍ୱକପ୍ ୨୦୨୬ର ରୋମାଞ୍ଚ ଏବେ ଚରମ ସୀମାରେ ପହଞ୍ଚିଛି । ୨୦ଟି ଦଳକୁ ନେଇ ଆରମ୍ଭ ହୋଇଥିବା ଏହି ମହାସମର ଏବେ ସୁପର-୮ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେମିଫାଇନାଲ ଦୌଡ଼ ଅତ୍ୟନ୍ତ ଜଟିଳ ହୋଇପଡ଼ିଛି । ଗତ ୧୨ଟି ମ୍ୟାଚ୍‌ରେ ଅପରାଜୟେ ରହିଥିବା ଭାରତୀୟ ଦଳ ପାଇଁ ଏବେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇଛି । ରବିବାର ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନର ଶୋଚନୀୟ ପରାଜୟ ଭାରତର ଟାଇଟଲ୍ ଡିଫେଣ୍ଡ କରିବା ସ୍ୱପ୍ନକୁ ଧୂଳିସାତ କରିଦେଇପାରେ।

ସୁପର-୮ ପର୍ଯ୍ୟାୟରେ ୮ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଗ୍ରୁପର ଶୀର୍ଷ ଦୁଇଟି ଦଳ ସେମିଫାଇନାଲକୁ ଯିବେ । ଜିତିଲେ ୨ ଅଙ୍କ, ମ୍ୟାଚ୍ ବାତିଲ ହେଲେ ୧ ଅଙ୍କ ଏବଂ ହାରିଲେ ଶୂନ୍ୟ ଅଙ୍କ ମିଳିବାର ବ୍ୟବସ୍ଥା ରହିଛି । ଯଦି ଦୁଇଟି ଦଳର ଅଙ୍କ ସମାନ ରହେ, ତେବେ ନେଟ୍ ରନ ରେଟ୍ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ଭାରତକୁ ବଡ଼ ବ୍ୟବଧାନରେ ହରାଇ ୨ ଅଙ୍କ ସହ +୩.୮୦୦ ରନ ରେଟ୍ ହାସଲ କରି ତାଲିକାର ଶୀର୍ଷରେ ରହିଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୮୮ ରନ କରିଥିବା ବେଳେ ଭାରତ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହି ବଡ଼ ପରାଜୟ ଯୋଗୁଁ ଭାରତର ରନ ରେଟ୍ -୩.୮୦୦କୁ ଖସି ଆସିଛି, ଯାହା ଭାରତକୁ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଠେଲି ଦେଇଛି । ଏହି ଗ୍ରୁପରେ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳିନାହାଁନ୍ତି ।

ଆହୁରି ପଢ଼ନ୍ତୁ... କେଉଁଠି ରହିଲା ଭୁଲ୍? କାହିଁକି ହାରିଲା ଭାରତ?

ଭାରତ ପାଇଁ ଏବେ ସେମିଫାଇନାଲ ରାସ୍ତା କଷ୍ଟକର ହୋଇପଡ଼ିଛି । ଭାରତକୁ ଏହାର ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍ କେବଳ ଜିତିବାକୁ ହେବ ନାହିଁ, ବରଂ ବଡ଼ ବ୍ୟବଧାନରେ ଜିତି ନିଜର ରନ ରେଟ୍ ସୁଧାରିବାକୁ ପଡ଼ିବ । ଯଦି ଗ୍ରୁପର ତିନୋଟି ଦଳ ୨-୨ଟି ମ୍ୟାଚ୍ ଜିତନ୍ତି, ତେବେ ଖରାପ ରନ ରେଟ୍ ଯୋଗୁଁ ଭାରତ ବିଶ୍ୱକପରୁ ବିଦା ହୋଇପାରେ।

ଅନ୍ୟପଟେ ଗ୍ରୁପ୍-୨ରେ ଇଂଲଣ୍ଡ ଏକ ବିଜୟ ସହ +୨.୫୫୦ ରନ ରେଟ୍ ପାଇ ଶୀର୍ଷରେ ରହିଛି । ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଉଭୟଙ୍କୁ ୧-୧ ଅଙ୍କ ମିଳିଛି । ଶ୍ରୀଲଙ୍କା ନିଜର ପ୍ରଥମ ମ୍ୟାଚ୍ ହାରି ଶେଷ ସ୍ଥାନରେ ରହିଛି ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ୪ ମାର୍ଚ୍ଚରେ ଏବଂ ଦ୍ୱିତୀୟ ସେମିଫାଇନାଲ ୫ ମାର୍ଚ୍ଚରେ ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱକପର ମହାଲଢ଼େଇ ବା ଫାଇନାଲ ମ୍ୟାଚ୍ ୮ ମାର୍ଚ୍ଚରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ । ତେବେ ଯଦି ପାକିସ୍ତାନ ଫାଇନାଲକୁ ଯାଏ, ତେବେ ସମୀକରଣରେ କିଛି ପରିବର୍ତ୍ତନ ହୋଇପାରେ । ଭାରତୀୟ ପ୍ରଶଂସକମାନେ ଏବେ ଆଶା ରଖିଛନ୍ତି ଯେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe