କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଋଷ୍ରୁ ତୈଳ ଆମଦାନୀ ବନ୍ଦ କରିବା ସମ୍ଭାବନାକୁ ସ୍ୱାଗତ କରିଛନ୍ତି, ଏହାକୁ ‘ଭଲ ପଦକ୍ଷେପ’ ବୋଲି ଟ୍ରମ୍ପ ଗଣମାଧ୍ୟମ ଆଗରେ କହିଛନ୍ତି । ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ୍ର ଆୟକୁ ହ୍ରାସ କରିବା ପାଇଁ ଆମେରିକା ଋଷ୍ରୁ ତୈଳ କିଣୁଥିବା ଦେଶମାନଙ୍କ ଉପରେ ରାଜନୈତିକ ଚାପ ବଢ଼ାଇଛି । ଭାରତ, ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ, ୨୦୨୨ରେ ପ୍ରତିବନ୍ଧକ ପରେ ଋଷ୍ରୁ ରିହାତି ମୂଲ୍ୟରେ ତୈଳ କିଣୁଛି ଭାରତ । ତେବେ, ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଭାରତୀୟ ରାଷ୍ଟ୍ରାୟତ୍ତ ରିଫାଇନାରୀଗୁଡ଼ିକ ରିହାତି ହ୍ରାସ ଓ ପରିବହନ ସମସ୍ୟା କାରଣରୁ ଋଷ୍ରୁ ତୈଳ କିଣା ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ଋଷ ଠାରୁ ତୈଳ ଆମଦାନୀ ବନ୍ଦ ଖବରକୁ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କରିଥି ସୂଚନା ରହିଛି । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଭାରତ ଉପରେ ୨୫% ଶୁଳ୍କ ଓ ଜରିମାନା ଘୋଷଣା ପରେ ଆସିଛି ।
ଟ୍ରମ୍ପ ଭାରତର ଋଷ୍ ତୈଳ ଆମଦାନୀ ବନ୍ଦ ଖବରକୁ ‘ଭଲ ପଦକ୍ଷେପ’ କହିଛନ୍ତି
ଆମେରିକା ଋଷ୍ର ଆୟ ହ୍ରାସ ପାଇଁ ଭାରତ ଉପରେ ଚାପ ବଢ଼ାଇଛି
ଭାରତ ୨୦୨୨ରୁ ଋଷ୍ରୁ ରିହାତି ଦରରେ ତୈଳ କିଣୁଛି
ରିହାତି ହ୍ରାସ ଓ ପରିବହନ ସମସ୍ୟା କାରଣରୁ ଆମଦାନୀ ବନ୍ଦ
ଭାରତ ସରକାର ଏହି ଖବରକୁ ନିଶ୍ଚିତ କରିନାହାନ୍ତି
ଟ୍ରମ୍ପ ଭାରତ ଉପରେ ୨୫% ଶୁଳ୍କ ଓ ଜରିମାନା ଘୋଷଣା କରିଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/02/123401932-2025-09-02-15-48-30.jpg)