ମେହୁଲ ଚୌକସି ପ୍ରତ୍ୟର୍ପଣ ପାଇଁ ଭାରତର ତତ୍ପରତା : ଦିଲ୍ଲୀରୁ ଅନୁରୋଧ ପତ୍ର ଯାଇଥିବା ବେଲଜିୟମର ସୂଚନା

Advertisment

ମୁଣ୍ଡରେ ୧୪ହଜାର କୋଟିର ଋଣ ସ୍କାମ, ପାଖରେ ୩ଟି ଦେଶର ନାଗରିକତା । ଠକେଇ ପଇସାରେ ଆରମରେ  ଜୀବନ ବଞ୍ଚୁଥବା ମେହୁଲ ଚୌକସି କୁ ଆଉ ତ୍ରାହି ନାହିଁ । ଦୀର୍ଘଦିନର ଛକାପଂଝା ପରେ ଶେଷରେ ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି  

ମୁଣ୍ଡରେ ୧୪ହଜାର କୋଟିର ଋଣ ସ୍କାମ, ପାଖରେ ୩ଟି ଦେଶର ନାଗରିକତା । ଠକେଇ ପଇସାରେ ଆରମରେ  ଜୀବନ ବଞ୍ଚୁଥବା ମେହୁଲ ଚୌକସି କୁ ଆଉ ତ୍ରାହି ନାହିଁ । ଦୀର୍ଘଦିନର ଛକାପଂଝା ପରେ ଶେଷରେ ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି  

SCAM

Photograph: (KanakNews)

କନକବ୍ୟୁରୋ : ମୁଣ୍ଡରେ ୧୪ହଜାର କୋଟିର ଋଣ ସ୍କାମ, ପାଖରେ ୩ଟି ଦେଶର ନାଗରିକତା । ଠକେଇ ପଇସାରେ ଆରମରେ  ଜୀବନ ବଞ୍ଚୁଥବା ମେହୁଲ ଚୌକସି କୁ ଆଉ ତ୍ରାହି ନାହିଁ । ଦୀର୍ଘଦିନର ଛକାପଂଝା ପରେ ଶେଷରେ ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି  ।   ଭାରତର  ଅପିଲ ପରେ ବେଲିଜିୟମ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ସବୁଠୁ ବଡ କଥା ହେଉଛି ଆଣ୍ଟିଗୁଆ, ବାରବୁଡା ପରେ ଜାଲ କାଗଜପତ୍ର ଓ କୋଟି କୋଟି ଟଙ୍କା ବ୍ୟୟ କରି ବେଲଜିୟମ ନାଗରିକତା ମଧ୍ୟ ହାତେଇଥିଲା ପଳାତକ  ।

୨୦୧୪ରେ ଏକ ହସ୍ପିଟାଲ ବାହାରେ ନଜର ଆସିଥିଲା  । ତେବେ ଆଉ ଡେରି ନକରି ବେଲଜିୟମ ସରକାରଙ୍କ ସହ ଯୋଗାଯୋଗ କରିଥିଲେ ଭାରତ ସରକାର  ।  ବେଲଜିୟମ ସରକାର କହିଛନ୍ତି ବମ୍ବେ କୋର୍ଟ ୨୦୧୮ ମେ ୨୩ ଓ ୨୦୨୧ ଜୁନ ୧୫ରେ ଜାରି କରିଥିବା ଦୁଇଟି ଗିରଫ ୱାରେଣ୍ଟ ଆଧାରରେ ମେହୁଲକୁ ଗିରଫ କରାଯାଇଛି  ।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସ୍କାମ ଦେଶର ଅନ୍ୟତମ ସବୁଠ ବଡ ସ୍କାମ  । ଯେଉଁଥିରେ ଚୌକସି , ପୁତରା ନୀରବ ମୋଦୀ ଓ ଅନ୍ୟ କିଛି ଙ୍କ  ନାଁ ରହିଛି  । ୨୦୧୮ରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଭାରତରୁ ଫେରାର ହୋଇଥିଲେ ମେହୁଲ ଓ ନୀରବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe