କନକବ୍ୟୁରୋ : ମୁଣ୍ଡରେ ୧୪ହଜାର କୋଟିର ଋଣ ସ୍କାମ, ପାଖରେ ୩ଟି ଦେଶର ନାଗରିକତା । ଠକେଇ ପଇସାରେ ଆରମରେ ଜୀବନ ବଞ୍ଚୁଥବା ମେହୁଲ ଚୌକସି କୁ ଆଉ ତ୍ରାହି ନାହିଁ । ଦୀର୍ଘଦିନର ଛକାପଂଝା ପରେ ଶେଷରେ ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି । ଭାରତର ଅପିଲ ପରେ ବେଲିଜିୟମ ସରକାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସବୁଠୁ ବଡ କଥା ହେଉଛି ଆଣ୍ଟିଗୁଆ, ବାରବୁଡା ପରେ ଜାଲ କାଗଜପତ୍ର ଓ କୋଟି କୋଟି ଟଙ୍କା ବ୍ୟୟ କରି ବେଲଜିୟମ ନାଗରିକତା ମଧ୍ୟ ହାତେଇଥିଲା ପଳାତକ ।
୨୦୧୪ରେ ଏକ ହସ୍ପିଟାଲ ବାହାରେ ନଜର ଆସିଥିଲା । ତେବେ ଆଉ ଡେରି ନକରି ବେଲଜିୟମ ସରକାରଙ୍କ ସହ ଯୋଗାଯୋଗ କରିଥିଲେ ଭାରତ ସରକାର । ବେଲଜିୟମ ସରକାର କହିଛନ୍ତି ବମ୍ବେ କୋର୍ଟ ୨୦୧୮ ମେ ୨୩ ଓ ୨୦୨୧ ଜୁନ ୧୫ରେ ଜାରି କରିଥିବା ଦୁଇଟି ଗିରଫ ୱାରେଣ୍ଟ ଆଧାରରେ ମେହୁଲକୁ ଗିରଫ କରାଯାଇଛି ।
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସ୍କାମ ଦେଶର ଅନ୍ୟତମ ସବୁଠ ବଡ ସ୍କାମ । ଯେଉଁଥିରେ ଚୌକସି , ପୁତରା ନୀରବ ମୋଦୀ ଓ ଅନ୍ୟ କିଛି ଙ୍କ ନାଁ ରହିଛି । ୨୦୧୮ରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଭାରତରୁ ଫେରାର ହୋଇଥିଲେ ମେହୁଲ ଓ ନୀରବ