କନକବ୍ୟୁରୋ: ବଢ଼ିଲା ନୌସେନାର ଶକ୍ତି। ବାୟୁସେନାରେ ଆଜି ସାମିଲ ହେଉଛି ପରମାଣୁ ଶକ୍ତି ସମ୍ମନ୍ନ ପଣ୍ଡୁବୀ। ଏହି ପଣ୍ଡୁବିର ନାମ ଆଇଏନ୍ଏସ୍ଆରିଘାତ ରଖାଯାଇଛି। ବିଶାଖାପାଟନା ସିପ୍ ବିଲ୍ଡିଂ ସେଣ୍ଟରରେ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ବୁଡାଜାହାଜ, ଗଭୀର ପାଣି ଭିତରେ ଶତ୍ରୁ ରାଷ୍ଟ୍ର ଉପରେ କଡା ନଜର ରଖିବାକୁ ସକ୍ଷମ। ଆଜି ଭାଇଜାଗରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପରମାଣୁ ପଣ୍ଡୁବିକୁ ନୌସେନାରେ ସାମିଲ କରାଯିବ। ଭାରତର ଏହା ଦ୍ୱିତୀୟ ପରମାଣୁ ପଣ୍ଡୁବି। ପ୍ରଥମ ପରମାଣୁ ପଣ୍ଡୁବି ଆଇଏନଏସ ଆରିହାଣ୍ଟ ଏବେ ନୌସେନାରେ ନିୟୋଜିତ ରହିଛି। ଆଇଏନ୍ଏସ୍ ଆରିଘାତ ଦ୍ୱାରା ଭାରତ ସମୁଦ୍ର ଶକ୍ତି ଦୁଇ ଗୁଣ ବୃଦ୍ଧି ପାଇବ।
ପରମାଣୁ ଅସ୍ତ୍ର ଧାରଣ କରୁଥିବା ଏହି ବୁଡାଜାହାଜ, ପାଣି ଉପରେ ଥିବା ଯେକୌଣସି ଯୁଦ୍ଧ ଜାହାଜ ଠାରୁ କିଛି କମ୍ ନୁହେଁ। ମାସ ମାସ ଧରି ଗଭୀର ସମୁଦ୍ରରେ ଭିତରେ ରହି ଶତ୍ରୁ ଉପରେ ନଜର ରଖିବାର ଦକ୍ଷତା ରହିଛି ଆଇଏନ୍ଏସ୍ ଆରିଘାତରେ। ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନର ମୁକାବିଲା ଓ ଆତଙ୍କବାଦ ବିରୋଧୀ ଅଭିଯାନ ପରି ବିଭିନ୍ନ କାରଣରୁ ଶକ୍ତିବୃଦ୍ଧି ଜରୁରୀ ହୋଇପଡ଼ିଛି ଭାରତ ପାଇଁ। ଯେଉଁ କାରଣରୁ ନୌସେନାକୁ ଦିଆଯାଇଛି ସର୍ବାଧୁନିକ ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଆଇଏନ୍ଏସ୍ ଆରିଘାତ। ଯାହା ମଝି ସମୁଦ୍ରରେ କାଳ ସାଜିବ।
ସମୁଦ୍ରରେ ଭାରତ ଶକ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/CJvOgutAKQA2m2Jvif0z.jpg)