କନକବ୍ୟୁରୋ: ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡ୍ ଠାରୁ ନିଜ ପ୍ରଥମ ମ୍ୟାଚ୍ରେ ହାରିବା ପରେ ହର୍ମନପ୍ରୀତ୍ କୌରଙ୍କ ନେତୃତ୍ବାଧିନ ଭାରତୀୟ ଦଳ ରବିବାର ପାକିସ୍ତାନକୁ ୬ ୱିକେଟ୍ରେ ମାତ୍ ଦେଇ ବିଜୟଧାରାକୁ ଫେରିଛି । ଅରୁନ୍ଧତି ରେଡ୍ଡୀ, ଶ୍ରେୟଙ୍କା ପାଟିଲ୍ଙ୍କ ଚମତ୍କାର ବୋଲିଂ ପରେ ଜେମିମା ରଡ୍ରିଗ୍ବେଜ୍ ଓ ହର୍ମନପ୍ରୀତ୍ କୌରଙ୍କ ଉପଯୋଗୀ ପାଳି ବଳରେ ଭାରତ ଏହି ବିଜୟ ପାଇଛି ।
ଫଳରେ ବିଶ୍ବକପ୍ରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରାଧାନ୍ୟ ଜାରି ରହିଛି। ରବିବାର ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପାଳିକୁ ଭାରତୀୟ ବୋଲର ଜମିବାକୁ ଦେଇ ନଥିଲେ। ପ୍ରଥମ ଓଭରରେ ଗୁଲ ଫିରୋଜାଙ୍କୁ ରେଣୁକା ସିଂହ ବୋଲ୍ଡ କରି ଦେବା ପରେ ଫତିମା ସାନାଙ୍କ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ଦ୍ରୁତ ବୋଲର ଅରୁନ୍ଧତିଙ୍କୁ ଖେଳି ନପାରି ପାକିସ୍ତାନର ୩ ପ୍ରମୁଖ ବ୍ୟାଟର୍ ଓମୈମା ସୋହେଲ, ନିଦା ଦାର, ଆଲିୟା ରିଆଜ ପ୍ୟାଭିଲିଅନ୍ ଫେରିଯାଇଥିଲେ ।
୧୦୬ ରନ୍ ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ୧୮.୫ ଓଭରରେ ହାସଲ କରିନେବାରେ ସକ୍ଷମ ହୋଇଥିଲା। ବୋଲିଂ ବାହିନୀର ମିଳିତ ତଥା ଫଳପ୍ରଦ ପ୍ରୟାସ ପାଇଁ ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍ର ବଡ଼ ବିଜୟ ପାଇଛି। ଏଥି ସହିତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଘରୋଇ ପରିବେଶରେ ଆଉ ଏକ ଶୃଙ୍ଖଳା ବିଜୟ ଦିଗରେ ଆତ୍ମବିଶ୍ବାସର ସହ ଅଗ୍ରସର ହୋଇଛି ଭାରତୀୟ ଦଳ । ସେହିଭଳି ପଦାର୍ପଣରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଯୁବ ତାରକା ମୟଙ୍କ ଅଗ୍ରୱାଲ୍ ଓ ନୀତୀଶ କୁମାର ରେଡ୍ଡୀ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ସ୍ମରଣୀୟ ଅନୁଭୂତି ପାଇଛନ୍ତି।
ସେପଟେ ଗ୍ବାଲିୟରର ନବନିର୍ମିତ ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ୟ୍ୟକୁମାର ୟାଦବ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଆରମ୍ଭରୁ ହିଁ ବାଂଲାଦେଶର ରଣନୀତି ବିଗିଡ଼ି ଯାଇଥିଲା । ବିଶେଷ କରି ଦ୍ରୁତ ବୋଲର ଅର୍ଶଦୀପ ସିଂହ ଏବଂ ବିସ୍ମୟ ସ୍ପିନର ତଥା ୩ ବର୍ଷର ଲମ୍ବା ଅପେକ୍ଷା ପରେ ଜାତୀୟ ଦଳକୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୂହ ବାହାରକୁ ଆସି ନପାରି ବାଂଲାଦେଶ ୧୯.୫ ଓଭରରେ ମାତ୍ର ୧୨୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା ।
ଜବାବରେ ଭାରତର ଦୁଇ ଓପନର ସଂଜୁ ସାମସନ ଓ ଅଭିଷେକ ଶର୍ମା ଧମାକାଦାର ଆରମ୍ଭ କରିଥିଲେ। ୨୦୦ରୁ ଅଧିକ ହାରରେ ରନ୍ କରୁଥିବା ଅଭିଷେକ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ଅଧିନାୟକ ସୂର୍ୟ୍ୟକୁମାର ଓ ସଂଜୁ ୨୯ ରନ୍ ଲେଖାଏଁ କରି ଦଳକୁ ବିଜୟର ନିକଟତର କରିଥିଲେ । ଅନ୍ୟତମ ପଦାର୍ପଣକାରୀ ନୀତୀଶ କୁମାର ଏବଂ ଅଭିଜ୍ଞ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଚତୁର୍ଥ ୱିକେଟ୍ରେ ଦ୍ରୁତ ୫୨ ରନ୍ ଯୋଡ଼ି ବିଜୟ ମୁଣ୍ଡି ମାରିଥିଲେ । ହାର୍ଦିକ ନିଜ ଶ୍ରେଷ୍ଠ ଫର୍ମର ବଳିଷ୍ଠ ନମୁନା ଦେଖାଇ ମାତ୍ର ୧୬ ବଲ୍ରୁ ୩୯ଞ୍ଚ ରନ୍ କରି ଭାରତକୁ ୮.୧ ଓଭର ପୂର୍ବରୁ ବିଜୟୀ କରାଇଥିଲେ ।