କୂଟନୈତିକ ଲଢ଼େଇ ଭିତରେ ଭାରତର ମିସାଇଲ ପରୀକ୍ଷଣ: ଆରବ ସାଗରରେ ଆଣ୍ଟି ସିପ୍‌ ମିସାଇଲ ପରୀକ୍ଷା କରି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଲା ନୌସେନା

Advertisment

ଭାରତ-ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢ଼େଇ ଭିତରେ ମିସାଇଲ ପରୀକ୍ଷା କଲା ଭାରତ । ଆରବ ସାଗରରେ ଆଣ୍ଟିସିପ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏଥିସହ ସମୁଦ୍ରରେ ଅନେକ ମିସାଇଲ ମୁତୟନ କରିଛି ଭାରତ ।

ଭାରତ-ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢ଼େଇ ଭିତରେ ମିସାଇଲ ପରୀକ୍ଷା କଲା ଭାରତ । ଆରବ ସାଗରରେ ଆଣ୍ଟିସିପ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏଥିସହ ସମୁଦ୍ରରେ ଅନେକ ମିସାଇଲ ମୁତୟନ କରିଛି ଭାରତ ।

33misile

Photograph: (kanak news)

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢ଼େଇ ଭିତରେ ମିସାଇଲ ପରୀକ୍ଷା କଲା ଭାରତ । ଆରବ ସାଗରରେ ଆଣ୍ଟିସିପ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏଥିସହ ସମୁଦ୍ରରେ ଅନେକ ମିସାଇଲ ମୁତୟନ କରିଛି ଭାରତ । ଆଣ୍ଟି ସିପ୍‌ ମିସାଇଲ ସହ ଲଙ୍ଗରେଞ୍ଜ ଏବଂ କ୍ରୁଜ୍‌ ମିସାଇଲ ମଧ୍ୟ ମୁତୟନ କରାଯାଇଛି । ପାକିସ୍ତାନ ନେତା ମନ୍ତ୍ରୀ ଯୁଦ୍ଧ ନେଇ ଧମକ ଦେଉଥିବା ବେଳେ ମିସାଇଲ ମୁତୟନ କରି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛି ଭାରତ । ସୁମଦ୍ରରେ ନିଜର ଶକ୍ତି ପ୍ରଦର୍ଶନ କରିଛି ନୌସେନା । ଏହା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଗାଇଡେଡ୍‌ ମିସାଇଲ ଡେଷ୍ଟ୍ରୟରର ପରୀକ୍ଷା କରିଥିଲା ନୌସେନା । ଏବେ ମିସାଇଲ ପରୀକ୍ଷା କରି ନିଜର ଶକ୍ତି ଦେଖାଇଛି । ଯଦି ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ମୁହୂର୍ତ୍ତକ ମଧ୍ୟରେ ଭାରତର ମିସାଇଲ ପାକିସ୍ତାନରେ ଧ୍ବଂସ ଲିଳା ରଚିବାକୁ ପ୍ରସ୍ତୁତ ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe