କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ରୁଷ୍ ନିର୍ମିତ ୨୮୮ଟି ଏସ୍-୪୦୦ କ୍ଷେପଣାସ୍ତ୍ର କିଣିବାକୁ ଅନୁମୋଦନ ମିଳିଛି । ଏହିସବୁ କ୍ଷେପଣାସ୍ତ୍ର ୧୦,୦୦୦ କୋଟି ଟଙ୍କା ବ୍ୟୟରେ କିଣାଯିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ସୂଚନା ଦେଇଛନ୍ତି । ସରକାର ଅପରେସନ ସିନ୍ଦୁରରେ ବ୍ୟବହୃତ ତଥା ଅଧିକ ଦୂରଗାମୀ ଏବଂ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶ ବିତରଣ ପ୍ରଣାଳୀ ମହଜୁଦ କରିବା ପାଇଁ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ହାସଲ କରିବେ ବୋଲି ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ : ବିନାଶ ଚେତାବନୀ ଦେଲା ଚୀନ୍ : ସୀମାରେ ଆମେରିକା କ୍ଷେପଣାସ୍ତ୍ର ମୁତୟନ କଲା ତାଇୱାନ
ଭାରତ ପକ୍ଷରୁ ୧୨୦ଟି ସ୍ବଳ୍ପ ଦୂରଗାମୀ ଏବଂ ୧୬୮ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ର ଅଧିଗ୍ରହଣ କରାଯିବ। ଏହି ଅଧିଗ୍ରହଣ ଫାଷ୍ଟ ଟ୍ରାକ୍ ପ୍ରକ୍ରିୟା ମାଧ୍ୟମରେ କରାଯିବ। ଭାରତ ଚଳିତ ବର୍ଷ ଜୁନ୍ ଏବଂ ନଭେମ୍ବରରେ ପୂର୍ବରୁ ଚୁକ୍ତିବଦ୍ଧ ହୋଇଥିବା ଆଉ ଦୁଇଟି ଏସ୍-୪୦୦ ସିଷ୍ଟମ୍ ପାଇବାକୁ ଯାଉଛି। ଭାରତୀୟ ବାୟୁସେନା ପାଣ୍ଟସିର୍ ସ୍ୱଳ୍ପ ଦୂରଗାମୀ ସିଷ୍ଟମ୍ ସହିତ ରୁଷରୁ ଆହୁରି ପାଞ୍ଚଟି ଏସ୍-୪୦୦ ସିଷ୍ଟମ୍ କ୍ରୟ ପାଇଁ ପ୍ରସ୍ତୁତ ହେଉଛି। ରୁଷ୍ କ୍ଷେପଣାସ୍ତ୍ର ପ୍ରଣାଳୀ ସଶସ୍ତ୍ର ଏବଂ କାମିକାଜେ ଡ୍ରୋନ୍ ମୁକାବିଲା କରିବାରେ ପ୍ରଭାବଶାଳୀ ରହିବ। ସୀମା ପାରରୁ ଭାରତ ଆଡ଼କୁ ଆକାଶ ମାର୍ଗରେ ଆସୁଥିବା ଶତ୍ରୁପକ୍ଷର ଅସ୍ତ୍ରଶସ୍ତ୍ରର ମୁକାବିଲା ପାଇଁ ଏସ୍-୪୦୦ ଏବଂ ପାଣ୍ଟସିର୍ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ବି-ସ୍ତରୀୟ ପ୍ରତିରକ୍ଷା ପ୍ରଣାଳୀରେ ସଂଯୁକ୍ତ କରାଯାଇପାରିବ। ସୂଚନାଯୋଗ୍ୟ, ଭାରତର ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା କଡ଼ା ତଦାରଖ ବ୍ୟବସ୍ଥା ଦେଇ ଅତିକ୍ରମ କରିଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/a1-2026-02-13-13-51-51.jpg)