କନକ ବ୍ୟୁରୋ: ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍ରେ ଚାଲିଥିବା ଏସୀୟ ରାଇଫଲ୍ ଓ ପିସ୍ତଲ୍ ଚାମ୍ପିୟନସିପ୍ରେ ଭାରତର ଇଶା ସିଂ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ମହିଳା ୧୦ ମିଟର ଏୟାର ପିସ୍ତଲ୍ ବର୍ଗରେ ଏହି ପଦକ ଜିତିଛନ୍ତି । ସେ ୨୩୯.୮ ପଏଣ୍ଟ୍ ପାଇଥିବାବେଳେ ଚାଇନିଜ୍ ତାଇପେଇର ୟେନ-ସିଙ୍ଗ ସେଙ୍ଗ୍ ୨୩୫.୪ ପଏଣ୍ଟ ସହ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଚାଇନିଜ୍ ତାଇପେଇର ଆଇ-ଓ୍ବେନ ୟୁ ୨୧୭.୭ ପଏଣ୍ଟ ସହ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ତେବେ ଭାରତର ସୁରୁଚି ସିଂ ୧୯୭.୭ ପଏଣ୍ଟ ସହ ୪ର୍ଥ ଓ ଅଲମ୍ପିକ ପଦକ ବିଜୟିନୀ ମନୁ ଭାକର ୧୩୫.୩ ପଏଣ୍ଟ ସହ ୭ମ ସ୍ଥାନରେ ରହିଥିଲେ । ସେହିପରି ପୁରୁଷ ବର୍ଗରେ ବର୍ତ୍ତମାନର ବିଶ୍ବ ଚାମ୍ପିୟନ ସମ୍ରାଟ ରାଣା ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ସେ ୨୨୦.୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଉଜବେକିସ୍ତାନର ଭ୍ଲାଦିମିର ସଭେଚନିକଭ ୨୪୨ ପଏଣ୍ଟ ସହ ସ୍ବର୍ଣ୍ଣ ଜିତିଥିବାବେଳେ କାଜାକସ୍ତାନର ଭାରେଲି ରାଖିମଜାନ ୨୪୧ ପଏଣ୍ଟ ସହ ରୌପ୍ୟ ଜିତିଛନ୍ତି ।
ଏହା ବି ପଢ଼ନ୍ତୁ: ୨୦୨୭ ବିଶ୍ୱକପ୍ ଦଳରେ ରୋହିତ୍, ବିରାଟଙ୍କୁ ସାମିଲ କରିବା ସପକ୍ଷରେ ଧୋନୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/04/shooting-2026-02-04-16-58-09.jpg)