କନକ ବ୍ୟୁରୋ: ଚାଲିଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜ । ୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୩-୧ରେ ଆଗୁଆ ରହିଛି । ଅର୍ଥାତ ଭାରତ ସିରିଜ ଜିତି ସାରିଛି । ଆଉ ଆଜି ଶେଷ ଟି-୨୦ ସିରିଜ ରହିଛି । ତେବେ ଭାରତ ଏହି ସିରିଜରେ ଗୋଟିଏ ଫର୍ମୁଲାରେ ଜିତି ଆସିଛି । ତାହା ହେଉଛି ଭାରତର ସ୍ପିନ ବାହିନୀ । ଯାହା ଏବେ ଭାରତ ପାଇଁ ଶକ୍ତି ସାଜିଛି ।
ଭାରତ ଗସ୍ତରେ ଥିବା ଇଂଲଣ୍ଡର ଅବସ୍ଥା ଗତ ୪ ମ୍ୟାଚରେ ବହୁତ ଖରାପ ରହିଛି । ପ୍ରଥମ ୩ ମ୍ୟାଚରେ ଓପନର ଫ୍ଲପ ହେଲେ, ଚତୁର୍ଥ ମ୍ୟାଚରେ ଓପନରଙ୍କ ବ୍ୟାଟ ଚାଲିଲା କିନ୍ତୁ ମିଡିଲ ଅର୍ଡର ଫ୍ଲପ ହୋଇଗଲେ । ସବୁ ମ୍ୟାଚରେ ସ୍ପିନ ବୋଲର ଆସି ମ୍ୟାଚକୁ ନିଜ କବ୍ଜାକୁ ନେଇଯାଉଥିଲେ ଆଉ ଇଂଲଣ୍ଡକୁ ତିଷ୍ଠିବାକୁ ଦେଉନଥିଲେ । ସବୁଠାରୁ ମଜା କଥା ହେଉଛି କି ଇଂଲଣ୍ଡ ଜାଣିଥିଲା କି ତାଙ୍କୁ ୨୦ ଓଭରରୁ ଅତି କମରେ ୧୨ ଓଭର ସ୍ପିନ ଖେଳିବାକୁ ପଡିବ । ହେଲେ ସେମାନେ ଏଥିପାଇଁ କୌଣସି ପ୍ରସ୍ତୁତ ହୋଇ ଆସିନଥିଲେ ।
ଇଂଲଣ୍ଡ ବିପକ୍ଷରେ ଭାରତ ସିରିଜ ଜିତି ସାରିଛି, ଏହାର ସମସ୍ତ ଶ୍ରେୟ ଭାରତୀୟ ସ୍ପିନରଙ୍କୁ ଯିବ । କୋଲକାତାରେ ଭାରତ ୩ ସ୍ପିନରଙ୍କୁ ଖେଳାଇଥିଲା, ଆଗାମୀ ୩ ମ୍ୟାଚରେ ଦଳ ୪ ସ୍ପିନରଙ୍କୁ ଖେଳାଇଥିଲା । ଭାରତର ଏହି ସ୍ପିନ ଗ୍ୟାଙ୍ଗ ୩୦୦ ବଲ ପକାଇ ୩୭୫ ରନ ଦେଇ ୨୪ ଇଂଲଣ୍ଡ ଖେଳାଳିଙ୍କୁ ଆଉଟ କରିଛନ୍ତି । ଏଥିରୁ ସ୍ପଷ୍ଟ ଭାରତୀୟ ସ୍ପିନର୍ସ ଏହି ସିରିଜରେ ଦବଦବା ରଖିଛନ୍ତି ।
ଭାରତୀୟ ଟିମ ମ୍ୟାନେଜମେଣ୍ଟ ଏହା ଜାଣିଛନ୍ତି ଯେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ରିଷ୍ଟ ସ୍ପିନର୍ସଙ୍କ ବିପକ୍ଷରେ ବହୁତ ଦୁର୍ବଳ । ଏଥିପାଇଁ ପ୍ରଥମ ଦିନରୁ ବରୁଣ ଚକ୍ରବର୍ତ୍ତି ଓ ରବି ବିଷ୍ନୋଇଙ୍କୁ ମୈଦାନକୁ ଓହ୍ଲାଇଥିଲେ । ଗୋଟିଏ ପଟେ ବରୁଣ ଓ୍ୱିକେଟ ନେଉଥିଲେ ତ ଆଉ ଗୋଟିଏ ପରେ ରବି ବିଷ୍ନୋଇ ରନ ଉପରେ ବ୍ରେକ ଲଗାଉଥିଲେ । ରବି ବିଷ୍ନୋଇ ଓ ବରୁଣ ଚକ୍ରବର୍ତ୍ତି ୩୨ ଓଭର ପକାଇ ୧୩୬ ରନ ଦେଇ ୧୬ ଓ୍ବିକେଟ ନେଇଛନ୍ତି । ଯେଉଁଥିରେ ମିଷ୍ଟ୍ରି ସ୍ପିପନଙ୍କ ଖାତାରେ ୧୨ ଓ୍ବିକେଟ ଯାଇଛି । ସେହିପରି ଅକ୍ଷର ପଟେଲ ବି ପ୍ରଭାବି ବୋଲିଂ କରିଛନ୍ତି । ସେ ୧୪ ଓଭର ବୋଲିଂ କରି ୬ ଓ୍ବିକେଟ ଦେଇଛନ୍ତି । ଓ୍ବାସିଂଟନ ସୁନ୍ଦରଙ୍କୁ ବେଶି ଓଭର ବୋଲିଂ କରିବାକୁ ସୁଯୋଗ ମିଳିନଥିଲା । ଅଭିଷେକ ଶର୍ମା ୨ ଓଭର ବୋଲିଂ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/02/6LQe421xKFIM3KrIoRsD.jpg)