୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତର ବିଧିବଦ୍ଧ ପ୍ରସ୍ତାବ: ଲଣ୍ଡନରେ ଦାଖଲ କଲେ ଭାରତୀୟ ପ୍ରତିନିଧି ମଣ୍ଡଳୀ

ଲଣ୍ଡନରେ କମନୱେଲ୍‌ଥ ସ୍ପୋର୍ଟସ ସଂଗଠନକୁ ପ୍ରସ୍ତାବ ଦିଆଯାଇଛି। ୨୦୩୦ ଅକ୍ଟୋବର ମାସରେ ଅହମଦାବାଦରେ ୧୨ ଦିନିଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଭାରତ।

cw

କନକ ବ୍ୟୁରୋ: ୨୦୩୦ କମନ ୱେଲ୍‌ଥ ଗେମ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ବିଧିବଦ୍ଧ ଭାବେ ପ୍ରସ୍ତାବ ଦାଖଲ କରିଛି। ଅହମଦାବାଦରେ ଏହି କ୍ରୀଡ଼ା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି ଭାରତ । ଲଣ୍ଡନରେ କମନୱେଲ୍‌ଥ ସ୍ପୋର୍ଟସ ସଂଗଠନକୁ ପ୍ରସ୍ତାବ ଦିଆଯାଇଛି। ୨୦୩୦ ଅକ୍ଟୋବର ମାସରେ ଅହମଦାବାଦରେ ୧୨ ଦିନିଆ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଭାରତ। ଭାରତର କମନୱେଲ୍‌ଥ ଗେମ୍ସ ଆସୋସିଏସନ ପ୍ରତିନିଧିଙ୍କ ସହ ଗୁଜରାଟ କ୍ରୀଡ଼ାମନ୍ତ୍ରୀ ହର୍ଷ ସଂଘବି  ଲଣ୍ଡନ ଯାଇ  କମନୱେଲ୍‌ଥ ସ୍ପୋର୍ଟସ ସଂଗଠନରେ ପ୍ରସ୍ତାବ ଦାଖଲ କରିଛନ୍ତି। ଭାରତର କ୍ରୀଡ଼ା ଭିତ୍ତିଭୂମି ଦୃଢ଼ ଥିବା ପ୍ରସ୍ତାବରେ ବିସ୍ତୃତ ଭାବେ ଦର୍ଶାଯାଇଛି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତର ପ୍ରସ୍ତାବ
ଲଣ୍ଡନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସଂଗଠନରେ ପ୍ରସ୍ତାବ
ଅହମଦାବାଦରେ  କ୍ରୀଡ଼ା ଆୟୋଜନ ପାଇଁ ପ୍ରସ୍ତାବ
୨୦୩୦ ଅକ୍ଟୋବରରେ ୧୨ ଦିନିଆ କ୍ରୀଡ଼ା ପାଇଁ ପ୍ରସ୍ତାବ
‘ଆୟୋଜନ ପାଇଁ କ୍ରୀଡ଼ା ଭିତ୍ତିଭୂମି ଦୃଢ଼ ଅଛି’  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe