କନକବ୍ୟୁରୋ : ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ସୋମବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ।
ଏହି ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ ସି-୨୯୫ ଯୁଦ୍ଧ ବିମାନ ନିର୍ମାଣ କରାଯିବ । ଚଳିତ ବର୍ଷରୁ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହାପରେ ୨୦୩୧ମଧ୍ୟରେ ୪୦ଟି ସି-୨୯୫ ଯୁଦ୍ଧ ବିମାନ ନିର୍ମାଣ କରାଯିବ। ତେବେ ଏହି ଯୁଦ୍ଧ ବିମାନ ନିର୍ମାଣ କରିବାର ଉଦ୍ଦେଶ୍ୟ କଣ, କଣ ରହିଛି ଏହାର ବିଶେଷତା ଦେଖିବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/29/NA1GG7oDfjHJs5lqXmmD.jpg)