Photograph: (KANAKNEWS)
କନକବ୍ୟୁରୋ : ବିଶ୍ୱରେ ଆର୍ଥିକ ଅନିଶ୍ଚିତତା, ଆମେରିକାର ଉଚ୍ଚ ଟାରିଫ୍, ଅନ୍ତର୍ଜାତୀୟ ବଜାରରେ ହଲଚଲ ଭିତରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାରି ଭିତରେ ବିଶ୍ୱବ୍ୟାଙ୍କ ଭାରତୀୟ ଅର୍ଥନୀତିର ବିକାଶ ହାର ୭.୨% ରହିବ ବୋଲି କରିଛି । ଯାହା ୨୦୨୫ ଜୁନରେ ଜିଡିପି ହାର ୬.୩% ରହିବ ବୋଲି ଆକଳନ କରିଥିଲା ବିଶ୍ୱବ୍ୟାଙ୍କ । ହେଲେ ଏବେ ବିଶ୍ୱବ୍ୟାଙ୍କ ସଦ୍ୟ ଜାରି କରିଥିବା ଗ୍ଲୋବାଲ ଇକୋନମିକ ପ୍ରସପେକ୍ଟ ୨୦୨୬ରେ ଭାରତର ଡିଜିପି ବା ଅଭିବୃଦ୍ଧି ହାରକୁ ସଂଶୋଧନ କରି ୬.୩%ରୁ ୭.୨% କୁ ବୃଦ୍ଧି କରିଛି । ଯାହା ଭାରତର ଅର୍ଥନୀତିକୁ ନେଇ ବିଶ୍ୱବ୍ୟାଙ୍କର ବଡ଼ ଅପଗ୍ରେଡ ବୋଲି କୁହାଯାଉଛି । ରିପୋର୍ଟରେ କୁହାଯାଇଛି, ଭାରତର ଘରୋଇ ଚାହିଦା ଓ ବଜାରରେ ଖର୍ଚ୍ଚ ବୃଦ୍ଧି ଆମେରିକାର ଉଚ୍ଚ ଶୁଳ୍କ ଭଳି ନକରାତ୍ମକ ପ୍ରଭାବକୁ ସନ୍ତୁଳନ କରିଦେଇଛି ।
ଇରାନରେ ଆଉ କାହାକୁ ମୃତ୍ୟୁଦଣ୍ଡ ନାହିଁ: ଟ୍ରମ୍ପ କହିଲେ ତେହେରାନ ହତ୍ୟା ବନ୍ଦ କରିଦେଇଛି
ଏହାଛଡ଼ା ଜିଏସଟି ସଂସ୍କାର, ଗ୍ରାମାଞ୍ଚଳରେ ଆୟରେ ସୁଧାର ଦେଶରେ ଅର୍ଥନୀତିକୁ ବଳ ଯୋଗାଉଛି । ରିପୋର୍ଟ ଅନୁସାରେ ୨୦୨୭ରେ ଭାରତର ଜିଡିପି ହାର ୬.୬ % ରହିପାରେ । ୨୦୨୬ ତୁଳନାରେ ୨୦୨୭ରେ ଆର୍ଥିକ ବିକାଶ ହ୍ରାସ ପାଇଥିଲେ ମଧ୍ୟ ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ସମୟରେ ଏହାକୁ ଦ୍ରୁତ ଅର୍ଥନୈତିକ ବିକାଶ ବୋଲି କୁହାଯାଇପାରିବ । ବିଶ୍ୱବ୍ୟାଙ୍କର କହିବା କଥା, ସେବା କ୍ଷେତ୍ରର ଗତିବିଧି ବୃଦ୍ଧି, ରପ୍ତାନିରେ ସୁଧାର, ନିବେଶରେ ବୃଦ୍ଧି ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ଚଳଚଞ୍ଚଳ କରିବ । ବିଶ୍ୱ ଅଭିବୃଦ୍ଧି ୨୦୨୫ରେ ୨.୭%ରୁ ୨୦୨୬ରେ ୨.୬%କୁ ହ୍ରାସ ପାଇବ। ସେହିପରି ଆମେରିକାର ଅର୍ଥନୀତି ୨.୧%ରୁ ୨.୨%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଚୀନର ଅର୍ଥନୈତିକ ଅଭିବୃଦ୍ଧି ୨୦୨୬ରେ ୪.୯%ରୁ ୪.୪%କୁ ହ୍ରାସ ପାଇପାରେ ବୋଲି ଆକଳନ କରିଛି ବିଶ୍ୱବ୍ୟାଙ୍କ।
Follow Us