କନକବ୍ୟୁରୋ : ପ୍ରୋ- ହକି ଲିଗରେ ଭାରତର ଡବଲ୍‌ ବିଜୟ। ଉଭୟ ପୁରୁଷ ଓ ମହିଳା ଦଳ କଳିଙ୍ଗ ଷ୍ଟାଡିୟମରେ ନିଜ ନିଜର ଶେଷ ମୁକାବିଲାରେ ବିଜୟୀ ହୋଇଛନ୍ତି । ପୁରୁଷ ମୁକାବିଲାରେ ଭାରତୀୟ ହକି ଦଳ ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି ।  ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଯାକ ଗୋଲ୍ ଦେଇଛନ୍ତି। ସେହିପରି ଇଂଲଣ୍ଡର କନର ୱିଲିୟମସନ୍ ଏକମାତ୍ର ଗୋଲ୍ ସ୍କୋର କରିଛନ୍ତି। ସେହିପରି ମହିଳା ଟିମ ତା’ର ଶେଷ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଶୁଟଆଉଟ୍‌ରେ ୨-୧ ଗୋଲରେ ହରାଇଛି ।

Advertisment

ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲରେ ବରାବର ରହିଥିଲା। ତେବେ ଶୁଟଆଉଟରେ ମ୍ୟାଚ ଜିତି ନେଇଛନ୍ତି ଭାରତୀୟ ମହିଳା ଦଳ ।  ବିଶ୍ବର ଏକ ନମ୍ବର ଦଳ ନେଦରଲାଣ୍ଡକୁ ହରାଇବା ପରେ ହକି ଇଣ୍ଡିଆର ମହିଳା ଦଳ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ହକି ଇଣ୍ଡିଆ ।  ପ୍ରତି ଖେଳାଳିଙ୍କୁ ୧ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ୫୦ହଜାର ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରାଯାଇଛି।