କନକବ୍ୟୁରୋ : ଅପରେସନ ସିନ୍ଦୂର ପରେ ବଡ଼ ଅପଡେଟ । ପ୍ରତିରକ୍ଷା ପାଇଁ ଅତିରିକ୍ତ ୫୦ ହଜାର କୋଟିର ବଜେଟ । ମୁଖ୍ୟତଃ ନୁଆ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା କ୍ଷେତ୍ରରେ ଭାରତ ଏହି ଟଙ୍କା ବ୍ୟବହାର କରିବ । ଏହି ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଆସନ୍ତା ଶୀତ ଅଧିବେଶନରେ ସଂସଦରେ ଆଗତ ହେବ ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି । ଭାରତ ପାକିସ୍ତାନ ଉତ୍ତେଜନା ଭିତରେ ଇସଲାମାବାଦକୁ ଚୀନର ସମର୍ଥନ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ର ଉପରେ ଗୁରୁତ୍ବ ଦେଇଛି ନୂଆଦିଲ୍ଲୀ ।
ବଢ଼ିବ ଭାରତର ପ୍ରତିରକ୍ଷା ବଜେଟ୍ : ଅପରେସନ୍ ସିନ୍ଦୂରର ସଫଳତା ପରେ ଆଉ ୫୦ ହଜାର କୋଟି ବଢ଼ାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ଅପରେସନ ସିନ୍ଦୁର ପରେ ବଡ଼ ଅପଡେଟ । ପ୍ରତିରକ୍ଷା ପାଇଁ ଅତିରିକ୍ତ ୫୦ ହଜାର କୋଟିର ବଜେଟ ।
/kanak/media/media_files/2025/05/16/ILt9I8Pql9yblrWqo2b9.jpg)