କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଯୁଦ୍ଧ ଦକ୍ଷତାକୁ ଆହୁରି ସୁଦୃଢ଼ କରିବାପାଇଁ ଭାରତ ୧୧୪ ଅତିରିକ୍ତ ରାଫେଲ ଯୁଦ୍ଧ ବିମାନ କ୍ରୟ ଦିଗରେ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିଛି। ଡିପିବି ( ପ୍ରତିରକ୍ଷା କ୍ରୟ ବୋର୍ଡ) ୧୧୪ ଅତିରିକ୍ତ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ ଏହି ପ୍ରସ୍ତାବକୁ ପୁନର୍ବାର ସ୍ବୀକୃତି ଦେବାପାଇଁ ଏହାକୁ ଡିଏସି ( ଡିଫେନ୍ସ ଆକ୍ବିଜିସନ୍‌ କାଉନସିଲ୍‌)ରେ ଉପସ୍ଥାପନା କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଏସିର ଅଧ୍ୟକ୍ଷତା କରୁଛନ୍ତି। ଡିଏସି ଅନୁମୋଦନ ପରେ ପରିଶେଷରେ ଏହାକୁ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିକୁ ଅନୁମୋଦନ ପାଇଁ ପଠାଯିବ ।

Advertisment

ଅଧିକ ପଢ଼ନ୍ତୁ :ଆହୁରି ସଶକ୍ତ ହେବ ଭାରତୀୟ ସେନା ; ଫ୍ରାନ୍ସଠୁ ଆଧୁନିକ ରାଫେଲ କରଇବାକୁ ହୋଇଛି ଚୁକ୍ତି