କନକବ୍ୟୁରୋ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ବାଂଲାଦେଶକୁ ୧୩୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

Advertisment

ଭାରତ ପକ୍ଷରୁ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୭ ରନ କରିପାରିଥିଲା । ଦଳ ପକ୍ଷରୁ ତାହ୍ବିଦ ହ୍ରିଦୟ ୬୩ ରନ କରିଥିବାବେଳେ ଲିଟନ ଦାସ ୪୨ ରନ କରିଥିଲେ । ଭାରତ ପକ୍ଷରୁ ରବି ବିଷ୍ଣୋଇ ୩ଟି ଓ ମୟଙ୍କ ଯାଦବ ୨ଟି ଓ୍ବିକେଟ ନେଇଥିଲେ। 

ଏହି ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଇନିଂସ ଓପନ କରିଥିବା ଅଭିଷେକ ଶର୍ମା ମାତ୍ର ୪ ରନ କରି ଆଉଟ ହୋଇଥିଲେ । ତେବେ ସଂଜୁ ସାମସନ ଓ ଅଧିନାୟକ ସୂୟ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ସାମସନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ଟି ବଲରୁ ୧୧୧ ରନ କରିଥିଲେ ।

ନିଜର ଏହି ଇନିଂସରେ ସେ ୧୧ଟି ଚୌକା ଓ ୮ଟି ଛକା ମାରିଥିଲେ । ସେହିପରି ସୂୟ୍ୟକୁମାର  ୩୫ଟି ବଲରୁ ୭୫ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ ଓ ରିୟାନ ପରାଗ ୩୪ ରନ କରିଥିଲେ ।