କନକବ୍ୟୁରୋ : ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କ ଜଣେ ଅଧିକାରୀଙ୍କୁ ଛାଡିଯିବାକୁ କୁହାଯାଇଛି । ଏହାସହ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜର କାର୍ଯ୍ୟକ୍ଷେତ୍ର ଛାଡି ସଂପୃକ୍ତ ଅଧିକାରୀ ସନ୍ଦିଗ୍ଧ କାର୍ଯ୍ୟକଳାପରେ ଲିପ୍ତ ରହିବାରୁ ଭାରତ ଏଭଳି ପଦକ୍ଷେପ ନେଇଛି । ଏହାସହ ଭାରତ ପାକ୍ ହାଇକମିଶନରଙ୍କ ଅଧିକାରୀଙ୍କୁ ସ୍ପଷ୍ଟ କହିସାରିଛି , କୌଣସି ଅଧିକାରୀ ନିଜର ବିଶେଷ ଅଧିକାରକୁ ସନ୍ଦିଗ୍ଧ କାର୍ଯ୍ୟକଳାପରେ ଲଗାଇପାରିବେ ନାହିଁ  ।

Advertisment

ପୂର୍ବରୁ ପାକିସ୍ତାନ ହାଇକମିଶନ ଅଫିସରେ କାର୍ଯ୍ୟରତ ଏହସାନ-ଉର ରହିମ ଓରଫ ଦାନିଶକୁ ଦେଶ ଛାଡିବାକୁ କହିଥିଲା । ସେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଦର୍ଶାଇ ତାଙ୍କୁ ଭାରତ ଛାଡିବାକୁ କୁହାଯାଇଥିଲା  ।  ମେ ୧୩ରେ ତାଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦାନିଶଙ୍କ ସମ୍ପର୍କ ପାକ ଗୁପ୍ତଚର ୟୁଟ୍ୟୁବୁର ଜ୍ୟୋତି ମଲହୋତ୍ରାଙ୍କ ସହ ଥିଲା ।

ଜ୍ୟୋତି ଦିଲ୍ଲୀସ୍ଥିତ ପାକ୍ ହାଇକମିଶନ ଅଫିସରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହୋଇଥିଲେ । ୨୦୨୩ରେ ଜ୍ୟୋତିଙ୍କ ସହ ଦାନିଶ ସାକ୍ଷାତ ହୋଇଥିଲା , ଯେତେବେଳେ ଜ୍ୟୋତି ପାକିସ୍ତାନ ଯାଇଥିଲେ ।  ଦାନିଶଙ୍କ ସୁପାରିଶ ପରେ ଜ୍ୟୋତି ଦ୍ବିତୀୟ ଥର ପାଇଁ ପାକିସ୍ତାନ ଯାଇଥିଲେ । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି ।