କନକ ବ୍ୟୁରୋ : ସେଞ୍ଚୁରୀ ମ୍ୟାନ ନୀତିଶ ରେଡ୍ଡି । ଯେତେବେଳେ ଶତକ କରୁଥିଲେ ନୀତିଶ, ସେତେବେଳେ ମେଲବର୍ଣ୍ଣରେ ଗ୍ୟାଲେରିରେ ବସି ବାପାଙ୍କ ଛାତି କୁଣ୍ଡେମୋଟ ହୋଇଯାଉଥିଲା । ପୁଅର ବ୍ୟାଟିଂ ଜଲବା ଦେଖି ବାପା ଭାବବିହ୍ବଳ ହୋଇଯାଉଥିଲେ । ମେଲବର୍ଣ୍ଣରେ ଯେତେବେଳେ କର ବା ମର ମ୍ୟାଚରେ ସଂଘର୍ଷ କରୁଛି ଟିମ ଇଣ୍ଡିଆ ସେତେବେଳେ ଆଜି ଏକାକୀ ଲଢୁଥିଲେ ନୀତିଶ ରେଡ୍ଡି। ପଡିଆର ଚାରିଆଡକୁ ସଟ୍ । କି ଷ୍ଟାର୍କ, କି କମିନସ ସମସ୍ତଙ୍କୁ ଏକଦମ ସାହାସ ଏବଂ ଧୈର୍ଯ୍ୟର ସହିତ ମୁକାବିଲା କରିଚାଲିଛନ୍ତି । ନୀତିଶ କ୍ରିଜକୁ ଆସିବା ବେଳକୁ ସଙ୍କଟରେ ଥିଲା ଦଳ । ୧୯୧ ରନରେ ୬ଟି ୱିକେଟ୍ । ଲାଗିଥିଲା ଫଲୋଅନ କଣ ଏଡାଇ ହେବ । ହେଲେ ନୀତିଶ ଲଢିଚାଲିଥିଲେ। ଆଉ ସାଥ ୱି ମିଳୁଥିଲା ୱାଶିଂଟନଙ୍କ ।
ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ । ଜଙ୍ଗଲରେ ନୁହେଁ ପଡିଆରେ ପୁଷ୍ପା ଷ୍ଟାଇଲରେ ଖୁସି । ଆଉ ତା ପରେ ଆସିଥିଲା ଶତକ । ମେଲବର୍ଣ୍ଣ ମାଟିରେ ବ୍ୟାଟି ପିଟି ଆଉ ଏକ ଷ୍ଟାଇଲରେ ସେଞ୍ଚୁରୀକୁ ବି ସେଲିବ୍ରେସନ । ପୁଅ ଯେତେବେଳେ ଦେଶ ପାଇଁ ଲଢୁଛି, ଦେଶକୁ ଗର୍ବିତ କରୁଛି, ବାପା ଆଖିରେ ଲୁହ ଆସିବନି ବା କେମିତି । କିନ୍ତୁ ଏ ଲୁହ ଖୁସିର , ଗର୍ବର ଲୁହ । ପୁଅକୁ କ୍ରିକେଟର ବନାଇବାକୁ ଚାକିରି ଛାଡିଦେଇଥିବା ବାପା, ପୁଅର ସଫଳତା ଦେଖି ଏବେ ଭାବବିହ୍ୱଳ।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ନୀତିଶଙ୍କ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ପର୍ଥ, ଆଡିଲେଡ ଗାବା ରେ ସେ ନିଜ ପ୍ରଦର୍ଶନ ବଳରେ ପ୍ରଶ୍ନକର୍ତ୍ତାଙ୍କ ମୁହଁ ବନ୍ଦ କରିଦେଇଥିଲେ ଆଉ ମେଲବର୍ଣ୍ଣରେ ମ୍ୟାଜିକ ପରେ , ନୀତିଶଙ୍କୁ ଫ୍ୟୁଚର ଅଫ୍ ଇଣ୍ଡିଆନ୍ କ୍ରିକେଟ୍ ବୋଲି କୁହାଯାଉଛି ।