ସେନାକୁ ମିଳିବ ନୂଆ ବାୟୁ ରକ୍ଷା କବଚ, ଚିନ୍ତାରେ ପଡ଼ିବେ ଶତ୍ରୁ ଦେଶ

ଅପରେସନ୍ ସିନ୍ଦୂରର ସଫଳତା ପରେ ସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଯୋଜନା । ସେନାକୁ ମିଳିବ ଆଉ ଏକ ବାୟୁ ରକ୍ଷା କବଚ । ଡିଆରଡିଓ ଦ୍ବାରା ପ୍ରସ୍ତୁତ ଏୟାର ଡିଫେନ୍ସ ସିଷ୍ଟମ୍ କିଣିବା ପାଇଁ ୩୦ ହଜାର କୋଟିରେ ଚୁକ୍ତି ।

New Air Defence System

କନକ ବ୍ୟୁରୋ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି - କ୍ବିକ୍ ରିଆକ୍ସନ ସରଫେସ୍‌ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ଏହି ନୂତନ ବାୟୁ ରକ୍ଷା କବଚ । ଏହାକୁ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାକୁ ସଫଳତାର ସହ ପରୀକ୍ଷଣ ବି କରାଯାଇଛି । ଡିଆରଡିଓ ଠାରୁ ୩୦ ହଜାର କୋଟିରେ କିଣିବାକୁ ଖୁବଶୀଘ୍ର ଚୁକ୍ତି ସ୍ବାକ୍ଷର କରିବ ପ୍ରତିରକ୍ଷା ମନ୍ତ୍ରାଳୟ । ନିକଟରେ ଅପରେସନ୍ ସିନ୍ଦୂର ବେଳେ ପାକ୍ ସୀମାରେ ସୁରକ୍ଷା ଦେଇଛି ଏସ୍‌-୪୦୦ । କେବଳ ଏସ୍‌-୪୦୦ ନୁହେଁ ଏଭଳି ଅନେକ ଏୟାର ଡିଫେନ୍ସ ସିଷ୍ଟମ ଦେଶବାସୀଙ୍କୁ ସୁରକ୍ଷା ଦେଇ ଆସିଥିଲେ । ଶତ୍ରୁର ସବୁ ଆକ୍ରମଣକୁ ପଣ୍ଡ କରିଛି ବାୟୁ ରକ୍ଷା କବଚ । 

ସେନାକୁ ମିଳିବ ନୂଆ ବାୟୁ ରକ୍ଷା କବଚ 

- ଭାରତୀୟ ସେନାକୁ ମିଳିବ ନୂଆ ବାୟୁ ରକ୍ଷା କବଚ
- କ୍ବିକ ରେସ୍‌ପନ୍ସ ସରଫେସ୍ ଟୁ ଏୟାର ମିସାଇଲ୍‌ ସିଷ୍ଟମ ବା QRSAM
- ଚୀନ୍ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ସିଷ୍ଟମ
- ଦିନ ଓ ରାତି ସମୟରେ ନିର୍ଭୁଲ କାମ କରିବାରେ ସକ୍ଷମ 
- ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓ
- ଗତିଶୀଳ ଟାର୍ଗେଟକୁ ଖୋଜି ଧ୍ବଂସ କରିବାରେ ସକ୍ଷମ
- ୩୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି 
- ମିଡିୟମ ରେଞ୍ଜ୍‌ ଭୂପୃଷ୍ଠରୁ ଆକାଶ ମାର୍ଗ କ୍ଷେପଣାସ୍ତ୍ର 
- ୧୨୦ କି.ମି ପର୍ଯ୍ୟନ୍ତ ନଜର ରଖିପାରିବ ସର୍ଭିଲାନ୍ସ ରାଡାର
- ଟୁ ୱେ ଡାଟା ଲିଙ୍କ୍‌ କମ୍ୟୁନିକେସନ ଜରିଆରେ ରାଡାର ଓ ମିସାଇଲ ମଧ୍ୟରେ ଯୋଗାଯୋଗରେ ସକ୍ଷମ  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe