କନକ ବ୍ୟୁରୋ: ଦକ୍ଷିଣ କୋରିଆର ଗ୍ୱାଙ୍ଗ୍ଜୁରେ ଆୟୋଜିତ ବିଶ୍ୱ ପାରା ତୀରନ୍ଦାଜୀରେ ଭାରତର ୧୮ ବର୍ଷୀୟା ତୀରନ୍ଦାଜ ଶୀତଲ ଦେବୀ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୁଇ ହାତ ନଥିବା ପ୍ରତିଯୋଗୀ ଭାବେ ଏହି ପ୍ରତିଯୋଗିତାର ବ୍ୟକ୍ତିଗତ କମ୍ପାଉଣ୍ଡ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ପୁରୁଷ କମ୍ପାଉଣ୍ଡ୍ରେ ତୋମନ କୁମାର ସ୍ୱର୍ଣ୍ଣ ପଦକ ଜିତି ଭାରତର ଖୁସିକୁ ଦ୍ୱିଗୁଣିତ କରିଛନ୍ତି । ଶନିବାର ଭାରତୀୟ ଦୁଇ ଜଣ ବିଶ୍ୱବିଜେତା ହେବା ସହ ପାଞ୍ଚଟି ପଦକ ପାଇଛନ୍ତି ।
ବିଶ୍ୱ ପାରା ତୀରନ୍ଦାଜୀ ଫାଇନାଲ୍ରେ ଜମ୍ମୁ କାଶ୍ମୀର ଝିଅ ଶୀତଲ ୧୪୬-୧୪୩ ପଏଣ୍ଟ୍ରେ ତୁର୍କୀର ବିଶ୍ୱର ନମ୍ବର ୧ ଅଞ୍ଜୁର କୁରେଙ୍କୁ ହରାଇ ବିଜେତା ହୋଇଥିଲେ । ସେ ମଧ୍ୟ ଏହି ପ୍ରତିଯୋଗିତାର ଏକମାତ୍ର ଖେଳାଳି ଥିଲେ, ଯିଏ କେବଳ ଗୋଡ଼ ଓ ବେକ ଉପଯୋଗ କରି ତୀର ମାରି ସ୍ୱର୍ଣ୍ଣ ପଦକ ଜିତିବାର ବିରଳ ସଫଳତା ଲାଭ କରିଥିଲେ । ଏହା ପୂର୍ବରୁ ପ୍ୟାରିସ୍ ପାରାଲିମ୍ପିକ୍ସରେ ଶୀତଲ କାଂସ୍ୟ ପଦକ ଜିତିଥିଲେ । ସେହିଭଳି ଚଳିତ ବିଶ୍ୱ ଚାମ୍ପିଅନସିପ୍ର ମହିଳା ଦଳଗତ ଏବଂ ମିଶ୍ରିତ ବର୍ଗରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/28/shital-2025-09-28-17-06-33.jpeg)