କନକ ବ୍ୟୁରୋ : ଟ୍ରମ୍ପଙ୍କ ଟିମରେ ରହିଛନ୍ତି ଅନେକ ଭାରତୀୟ । ଆମେରିକାର ବଡ଼ ବଡ଼ ବିଭାଗର ଦାୟିତ୍ବରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ । ସେହିପରି ଆମେରିକା ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ଓହିଓ ସିନେଟର ଜେଡି ଭାନ୍ସ । ୩୯ ବର୍ଷିୟ ଭାନ୍ସ ଭାରତୀୟ ମୂଳ ଉଷା ଚିଲୁକୁରି ଭାନ୍ସଙ୍କୁ ବିବାହ କରିଛନ୍ତି । ଉଷା ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା । ସେହିପରି ଭାରତୀୟ ବିଂଶୋଦ୍ଭବ କଶ୍ୟପ ପଟେଲ ହୋଇଛନ୍ତି ସିଆଇଏ ଚିଫ୍ । ଅନ୍ୟମାନଙ୍କ ମଧ୍ୟରେ ବିବେକ ରାମାଶ୍ବାମୀ, ବବି ଜନ୍ଦଲ ରହିଛନ୍ତି କ୍ୟାବିନେଟ ପାହ୍ୟା ଦୌଡରେ । ସେହିପରି ଡୋନାଲ୍ଡ ଟ୍ରମ୍ପ ଡାଇରେକ୍ଟର ଅଫ ନାଶନାଲ ଇଣ୍ଟେଲିଜେନ୍ସ ବା ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ତୁଳସୀ ଗାବାର୍ଡଙ୍କୁ ଦେଇଛନ୍ତି ।

Advertisment

ଆସନ୍ତାକାଲି ଡୋନାଲଡ୍ ଟ୍ରମ୍ପ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଏହାପୂର୍ବରୁ ଟ୍ରମ୍ପଙ୍କୁ ଭେଟିଛନ୍ତି ଭାରତର ବିଶିଷ୍ଟ ଧନୀ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ । ଟ୍ରମ୍ପଙ୍କୁ ଉଭୟ ମୁକେଶ ଓ ନୀତା ଶୁଭେଛା ଜଣାଇଛନ୍ତି । ଟ୍ରମ୍ପଙ୍କ ଅଧୀନରେ ଭାରତ ଓ ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଉଭୟ ଆଶା ପ୍ରକଟ କରିଛନ୍ତି ।