କନକ ବ୍ୟୁରୋ : ‘ସେ ମତେ ଏମିତି କେମିତି କହିଦେଲେ । ମୁଁ ସେଇଠି ଏ କଥାଟା କହିଥିଲେ ଭଲ ହୋଇଥା’ନ୍ତା । ଭୁଲ୍ କରିଦେଲି ଚୁପ୍ ରହିଗଲି । ଆଗକୁ କ’ଣ ହେବ । ଅମକ ଘରର ଲୋକେ ମୋ ବିଷୟରେ କ’ଣ ଭାବୁଥିବେ । ମୋ ସାଙ୍ଗରେ ହିଁ କାହିଁକି ଏମିତି ହେଉଛି … ଯଦି ମୁଁ ତାଙ୍କୁ ଏ କଥାଟି କହିବି ତା’ହେଲେ ସେ ମତେ ଖରାପ ଭାବିବେନି ତ ? ସମାଜ କ’ଣ କହିବ? ପରିବାର କ’ଣ କହିବେ ? ସାହିପଡ଼ିଶା , ସମ୍ପର୍କୀୟ ଇତ୍ୟାଦି ଇତ୍ୟାଦି … ’
/filters:format(webp)/kanak/media/media_files/2025/08/04/overthinking-2025-08-04-18-31-27.jpg)
ଗୁଡ଼ାଏ ଅନାବନା ଭାବନାକୁ ମସ୍ତିଷ୍କରେ ଘାଣ୍ଟି ଚକଡ଼ି ବାରମ୍ବାର ଭାବିବାର ମାରାତ୍ମକ ଶବ୍ଦକୁ କୁହାଯାଏ ଓଭରଥିଙ୍କିଂ । ପ୍ରାୟତଃ ଅଧିକାଂଶ ଲୋକ ଯେକୌଣସି କଥାକୁ ନେଇ ବହୁତ ଚିନ୍ତା କରନ୍ତି । ଦୂରଦୃଷ୍ଟି ରଖିବା ଭଲ କିନ୍ତୁ ବାରମ୍ବାର ଗୋଟିଏ କଥାକୁ ଭାବି କଥାର ଅନର୍ଥ କଲେ ଦୁଃଚିନ୍ତା ମନରେ ଘର କରିବ ନିଶ୍ଚୟ । ଖାଲି ଦୁଃଚିନ୍ତା କାହିଁକି ଏହାଦ୍ୱାରା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉଭୟକୁ କ୍ଷତି ପହଞ୍ଚିଥାଏ । ନିକଟରେ ଏକ ଷ୍ଟଡିରୁ ଜଣାପଡ଼ିଛି କି ଭାରତୀୟମାନଙ୍କୁ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିବାର ଅଭ୍ୟାସ ଅଛି । ସେଣ୍ଟର ଫ୍ରେଶ ଏବଂ ୟୁଗୋଭଙ୍କ ମିଳିତ ରିପୋର୍ଟ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି କି ଭାରତରେ ପ୍ରାୟ ୮୧ ପ୍ରତିଶତ ଲୋକ ବିନା କାରଣରେ ଚିନ୍ତା କରିବାରେ ଅଧିକ ସମୟ ନଷ୍ଟ କରନ୍ତି । ଏପରିକି କିଛି ଲୋକ ତ ଛୋଟରୁ ଛୋଟ କଥା ବିଷୟରେ ମଧ୍ୟ ବହୁତ ଅଧିକ ଚିନ୍ତା କରନ୍ତି । ସର୍ଭେରେ ଜଣାପଡ଼ିଛି କି ୮୧ ପ୍ରତିଶତ ଭାରତୀୟ ପ୍ରତିଦିନ ତିନି ଘଣ୍ଟାରୁ ଅଧିକ ସମୟ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିବାରେ ନଷ୍ଟ କରନ୍ତି । ଏହା ବ୍ୟତୀତ ତିନି ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଓଭରଥିଙ୍କିଂ କିମ୍ବା ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିବାର ଅଭ୍ୟାସରୁ ବାହାରିବା ପାଇଁ ଗୁଗଲ କିମ୍ବା ଚାଟଜିପିଟିର ସାହାଯ୍ୟ ନେଉଛନ୍ତି । କାହାକୁ ଗିଫ୍ଟ ଦେବା, କ୍ୟାରିୟରର ଚୟନ କରିବାଠାରୁ ଆରମ୍ଭ କରି କୌଣସି ମେସେଜକୁ ବୁଝିବା ପାଇଁ ଲୋକେ ଚାଟଜିପିଟି ଭଳି AIର ପରାମର୍ଶ ନେଉଛନ୍ତି । ସର୍ଭେରୁ ଜଣାପଡ଼ିଛି କି ଭାରତରେ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିବା ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଗଲାଣି ।
/filters:format(webp)/kanak/media/media_files/2025/08/04/thing-2025-08-04-18-35-23.jpg)
ଏହି ସମସ୍ୟା କେବଳ ବଡ଼ ସହରରେ ନୁହେଁ ବରଂ ଛୋଟ ସହରର ଲୋକମାନଙ୍କ ମଧ୍ୟରେ ମଧ୍ୟ ଦେଖାଯାଉଛି । ଅଧିକାଂଶ ଲୋକ ସୋସିଆଲ ମିଡିଆରେ ପୋଷ୍ଟ ଦେଖିବା, ଅଫିସରେ ମାଲିକଙ୍କ ଓକେ ମେସେଜର ଅର୍ଥ ଖୋଜିବା, ରେଷ୍ଟୁରାଣ୍ଟରେ କ'ଣ ଅର୍ଡର କରାଯିବ ଏବଂ ସେଲ୍ଫି କିମ୍ବା କୌଣସି ଫଟୋକୁ ନିଜ ଷ୍ଟୋରୀରେ ଲଗାଇବା କି ନାହିଁ ଏହି କଥାଗୁଡ଼ିକ ବିଷୟରେ ଚିନ୍ତା କରିବାରେ ହିଁ ବିନା କାରଣରେ ନିଜର ସମୟ ନଷ୍ଟ କରୁଛନ୍ତି । କିଛି ଲୋକ ତ ପୋଷ୍ଟ ପକାଇବା ପୂର୍ବରୁ ବହୁତ ଥର ଚିନ୍ତା କରନ୍ତି । ଏହି ଅଧ୍ୟୟନ ୟୁ ଗୋଆ ନାମକ ଆନ୍ତର୍ଜାତୀୟ ରିସର୍ଚ୍ଚ ଏଜେନ୍ସି କରିଛି । ଏହା ସହିତ ଜଡ଼ିତ ସୂଚନା ସେଣ୍ଟର ଫ୍ରେଶ ଇଣ୍ଡିଆ ଓଭରଥିଙ୍କିଂର ରିପୋର୍ଟରେ ସାମ୍ନାକୁ ଆସିଛି । ତେବେ ଓଭରଥିଙ୍କିଂକୁ ଦୂରେଇବା ପାଇଁ ପ୍ରଥମେ ନିଜ ଉପରେ ଭରସା କରନ୍ତୁ ଏବଂ ଆତ୍ମପ୍ରେମ କରନ୍ତୁ । ଯାହା ଅନୁଭବ କରୁଛନ୍ତି ତାହା ବାରମ୍ବାର ଭାବିବା ବଦଳରେ କହିବା ଶିଖନ୍ତୁ । ଏଥିରେ ମନ ବି ହାଲୁକା ଲାଗିବ ଏବଂ କିଏ ଜାଣେ ଆପଣ ଯେଉଁ କଥାକୁ ବାରମ୍ବାର ଭାବୁଥିବେ ସେହି କଥାର କିଛି ମୂଲ୍ୟ ହିଁ ନଥିବ । ନକାରାତ୍ମକ ବଦଳରେ ସକାରାତ୍ମକ କଥା ଆଡ଼କୁ ଧ୍ୟାନ ଦିଅନ୍ତୁ ଏବଂ ଆଗକୁ ବଢ଼ନ୍ତୁ । ଯାହା ପସନ୍ଦ କରୁଛନ୍ତି ତାହା ପିନ୍ଧନ୍ତୁ ଏବଂ ଯାହା ଭଲ ଲାଗୁଛି ତାହା ପୋଷ୍ଟ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/04/indian-woman39s-head-is-obscured-2025-08-04-18-34-38.jpg)