କନକ ବ୍ୟୁରୋ: ଆମେରିକାର ଇଣ୍ଡିଆନା ରାଜ୍ୟର ହେଣ୍ଡ୍ରିକ୍ସ କାଉଣ୍ଟିରେ ଜଣେ ୨୫ ବର୍ଷୀୟ ଭାରତୀୟ ଟ୍ରକ୍ ଡ୍ରାଇଭର ସୁଖଦୀପ ସିଂହଙ୍କୁ ଟ୍ରାଫିକ୍ ସିଗନାଲ ଭଙ୍ଗ କରିବା, ତିନୋଟି ଗାଡ଼ିକୁ ଧକ୍କା ହେବା ଓ ଜଣେ ୬୪ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗରେ ଗିରଫ କରାଯାଇଛି । ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ସେ ବର୍ତ୍ତମାନ ଆମେରିକୀୟ ଇମିଗ୍ରେସନ ଏଜେନ୍ସି (ଆଇସିଇ) ର ହେପାଜତରେ ଅଛନ୍ତି । ତାଙ୍କ ଉପରେ ବେପରୁଆ ଗାଡ଼ି ଚଲାଇ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟାଇବା ନୁହେଁ, ବରଂ ବିନା କାଗଜପତ୍ରରେ ଅବୈଧ ଭାବରେ ଆମେରିକାରେ ରହିବାର ମଧ୍ୟ ଅଭିଯୋଗ ଅଛି  ।

Advertisment

 ଅଧିକ ପଢନ୍ତୁ; ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ବୃଦ୍ଧି, ଆମେରିକାର ବିଶାଳ ସାମରିକ ସଜା

ଫକ୍ସ ନ୍ୟୁଜର ଏକ ରିପୋର୍ଟ ଆଧାରରେ, ଗତ ବୁଧବାର ସୁଖଦୀପ ସିଂହ ରେଡ୍ ଲାଇଟ୍ ସତ୍ୱେ ଟ୍ରାଫିକରେ ଅଟକିନଥିଲେ। ରାସ୍ତା ପାର ସମୟରେ ଏକ ପିକ୍-ଅପ୍ ଭ୍ୟାନକୁ ଧକ୍କା ଦେଇଥିଲେ ପରେ ଏକ ଇଲେକ୍ଟ୍ରିକ୍ ଟ୍ରକ୍ ସମେତ ଆଉ ଏକ ଗାଡ଼ିକୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ପିକ୍-ଅପ୍ ଭ୍ୟାନର ୬୪ବର୍ଷିୟ ଚାଳକ ଟେରି ସ୍କଟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁଯାୟୀ, ୨୦୧୮ ମସିହାରେ ସୁଖଦୀପ ସିଂହ ଆମେରିକା ସୀମା ପାର କରୁଥିବା ସମୟରେ ଧରାପଡ଼ିଥିଲେ । ସେତେବେଳେ ସେ ନାବାଳକ ଥିବାରୁ ତାଙ୍କୁ ଛାଡି ଦିଆଯାଇଥିଲା । ପରେ ସେ ୨୦୨୫ ମେ’ ମାସରେ ଏକ କମର୍ସିଆଲ୍ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ, ଏବଂ ଅବୈଦ୍ଧ ଭାବେ ଆମେରିକାରେ ରହିଆସୁଥିଲେ ।