ଏସିଆ କପ୍‌ ; ଆଜି ହେବ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ଏସିଆ କପ୍‌ ପାଇଁ ଆଜି ଭାରତୀୟ ଦଳ ଘୋଷଣା ।  ଶୁଭମନ୍ ଗିଲ, ମହମ୍ମଦ ସିରାଜଙ୍କୁ ମିଳବକି ସୁଯୋଗ । ତୃତୀୟ ପେସ୍ ବୋଲର ଓ ଦ୍ବିତୀୟ ସ୍ପିନର ସ୍ଥାନ ପାଇଁ କାହାକୁ କରାଯିବ ଚୟନ, ରହିଛି ନଜର ।

12

କନକ ବ୍ୟୁରୋ: ଏସିଆ କପ୍‌ କ୍ରିକେଟ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହେବ । ଆଜି ମୁମ୍ବାଇରେ ଦିନ ୧୨ଟା ସମୟରେ ବିସିସିଆଇ ଚୟନ କମିଟିର ବୈଠକ ବସିବ । ଦିନ ସାଢ଼େ ଗୋଟାଏରେ ଦଳ ଘୋଷଣା କରାଯିବ । ଚୟନ କମିଟି ବୈଠକରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଉପସ୍ଥିତ ରହିବେ । 

ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏସିଆ କପ୍ ପାଇଁ କାହାକୁ ଦଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡ଼ିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶୁବମନ ଗିଲ୍ ନା ଯଶସ୍ବୀ ଜୟସ୍ବାଲ କାହାକୁ ମିଳିବ ସୁଯୋଗ, ତା ଉପରେ ସମସ୍ତଙ୍କ ନଜର ରହିଛି । ମହମ୍ମଦ ସିରାଜ ଏବଂ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ୧୭ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଟିମ୍‌ରେ ସୁଯୋଗ ମିଳିପାରେ । ସେପ୍ଟେମ୍ବର ୯ ତାରିଖରୁ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ  । ୟୁଏଇର ଦୁଇ ସହର ଆବୁଧାବି ଓ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳାଯିବ  । ଗ୍ରୁପ୍-‘ଏ’ରେ ଭାରତ ସହ ପାକିସ୍ତାନ, ଓମାନ ଏବଂ ଆୟୋଜକ ୟୁଏଇକୁ ରଖାଯାଇଛି  । ଭାରତର ତାର ପ୍ରଥମ ମ୍ୟାଚ୍ ୧୦ ତାରିଖରେ ୟୁଏଇ ବିପକ୍ଷରେ ଖେଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe