ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ଶୁବମନ୍ ଗିଲ୍ ନେବେ ଦିନିକିଆ ଟିମ୍‌ର ନେତୃତ୍ବ

ସୂର୍ଯ୍ୟକୁମାର ଯାଦବ ଟି-୨୦ ଅଧିନାୟକ । ୱାନଡେ ସ୍କ୍ବାଡରେ ରୋହିତ ଓ କୋହଲି ।

ଗିଲ୍‌ଙ୍କ ନେତୃତ୍ବରେ ଖେଳିବେ ରୋ-କୋ

ଗିଲ୍‌ଙ୍କ ନେତୃତ୍ବରେ ଖେଳିବେ ରୋ-କୋ Photograph: (Google)

କନକ ବ୍ୟୁରୋ;  ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଯୁଗ ଶେଷ। ଶୁବମନ୍ ଗିଲ ନେବେ ଦିନିକିଆ ଟିମ୍‌ର ନେତୃତ୍ବ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ୍ ଦଳ। ଏହି ସିରିଜରେ ଶୁବମନ ଗିଲଙ୍କୁ ଅଧିନାୟକ ଭାର ଦିଆଯାଇଛି ।

ଦିନିକିଆ ସ୍କ୍ବାଡରେ ରୋହିତ ଶର୍ମା ଓ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଚଳିତ ଆଇପିଏଲ୍ ପରଠୁ ରୋହିତ ଓ କୋହଲି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଟିମ୍‌ର ଅଧିନାୟକ ଭାର ଦିଆଯାଇଛି। ଭାରତ ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe