କନକ ବ୍ୟୁରୋ; ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଯୁଗ ଶେଷ। ଶୁବମନ୍ ଗିଲ ନେବେ ଦିନିକିଆ ଟିମ୍ର ନେତୃତ୍ବ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ୍ ଦଳ। ଏହି ସିରିଜରେ ଶୁବମନ ଗିଲଙ୍କୁ ଅଧିନାୟକ ଭାର ଦିଆଯାଇଛି ।
ଦିନିକିଆ ସ୍କ୍ବାଡରେ ରୋହିତ ଶର୍ମା ଓ ବିରାଟ କୋହଲି ସ୍ଥାନ ପାଇଛନ୍ତି। ଚଳିତ ଆଇପିଏଲ୍ ପରଠୁ ରୋହିତ ଓ କୋହଲି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଟିମ୍ର ଅଧିନାୟକ ଭାର ଦିଆଯାଇଛି। ଭାରତ ଅଷ୍ଟ୍ରେଲିଆ ଗସ୍ତରେ ୩ଟି ଦିନିକିଆ ଏବଂ ୫ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/04/shubman-gill-2025-10-04-15-26-30.jpg)