କନକ ବ୍ୟୁରୋ : ଆମେରିକାରେ ଫଲ୍ ସେମିଷ୍ଟାର ଆରମ୍ଭ ହେବାକୁ ଆଊ ଦୁଇ ସପ୍ତାହରୁ କମ୍ ସମୟ ବାକି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିସା କଟକଣା ଭାରତୀୟ ଛାତ୍ରୀଙ୍କ ପାଇଁ ବାଟ ଓଗାଳୁଛି । ଭାରତୀୟ ହୁଅନ୍ତୁ ବା ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ଭିସା ଇଣ୍ଟରଭ୍ୟୁ ପାଇଁ ସ୍ଲଟ୍ ଖୋଲୁନାହିଁ ।ଏହାସହ ଭିସା ରିଜେକ୍ସନ୍ ମଧ୍ୟ ହେଉଛି । ଏଭଳି ସ୍ଥିତିରେ ଚଳିତବର୍ଷ ଆମେରିକୀୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୦ ପ୍ରତିଶତ ଖସିପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

Advertisment

ପୂର୍ବରୁ ଏହି ସମୟ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଭିସା ଇଣ୍ଟରଭ୍ୟୁ ଦେଇସାରିଥାନ୍ତି  ଏବଂ ଆମେରିକା ଆସିବାକୁ ପ୍ରସ୍ତୁତି କରୁଥାନ୍ତି । ହେଲେ ଏବର୍ଷ କିନ୍ତୁ ପୂରା ଓଲଟା ସ୍ଥିତି । ଯଦିଓ ଆମେରିକା କର୍ତ୍ତପକ୍ଷ ପୂର୍ବରୁ ଆଶ୍ବସ୍ତ କରି କହିଥିଲେ ଯେ, ପର୍ଯ୍ୟାୟକ୍ରମେ ଅଧିକ ଭିସା ସ୍ଲଟ୍ ଜାରି ହେବ କିନ୍ତୁ ଏଥିରେ କିଛି ସ୍ପଷ୍ଟତା ନାହିଁ । ଏହା ଛାତ୍ରଛାତ୍ରୀଙ୍କୁ ହରଡ଼ଘଣାରେ ପକାଇଛି । ସେମାନେ ଏକ ପ୍ରକାର ଦୁଶ୍ଚିନ୍ତାରେ ଥିବା ଅନେକ ପ୍ରତିକ୍ରିୟା ଦେଇଛନ୍ତି ।