ଷଡ଼୍‌ଯନ୍ତ୍ର ଫେଲ୍‌: ଅକ୍ସଫୋର୍ଡ ୟୁନିୟନରେ ପାକିସ୍ତାନକୁ ଧୋଇଲା ଭାରତୀୟ ଛାତ୍ର

Advertisment

ଅକ୍ସଫୋର୍ଡ ୟୁନିୟନର ପାକିସ୍ତାନୀ ବଂଶୋଦ୍ଭବ ସଭାପତି ମୁସା ହରାଜ ଭାରତର ବକ୍ତାଙ୍କୁ ଏହି ବିତର୍କରୁ ଦୂରେଇ ରଖିବାକୁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ ଏହାକୁ ନିଜର 'ୱାକଓଭର' ବିଜୟ ବୋଲି ପ୍ରଚାର କରୁଥିବା ବେଳେ, ଅକ୍ସଫୋର୍ଡର ଭାରତୀୟ ଛାତ୍ରମାନେ ପାକିସ୍ତାନୀ ପକ୍ଷକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ । 

Oxford Union

Oxford Union Photograph: (KANAK NEWS)

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଅକ୍ସଫୋର୍ଡ ୟୁନିୟନରେ ଆୟୋଜିତ ଏକ ବିତର୍କରେ ଭାରତୀୟ ଆଇନ ଛାତ୍ର ପାକିସ୍ତାନର ଆତଙ୍କବାଦୀ ଚେହେରାକୁ ସମଗ୍ର ବିଶ୍ୱ ଆଗରେ ରଖିଛନ୍ତି । ବଡ଼ କଥା ହେଉଛି, ଏହି ବିତର୍କରେ ଅଂଶଗ୍ରହଣ କରିଥିବା ଭାରତୀୟ ଛାତ୍ର ଭିରାଂଶ ଭାନୁଶାଳୀ ନିଜେ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଜଣେ ବଞ୍ଚିଥିବା ପ୍ରତ୍ୟକ୍ଷଦର୍ଶୀ । ଅକ୍ସଫୋର୍ଡ ୟୁନିୟନର ପାକିସ୍ତାନୀ ବଂଶୋଦ୍ଭବ ସଭାପତି ମୁସା ହରାଜ ଭାରତର ବକ୍ତାଙ୍କୁ ଏହି ବିତର୍କରୁ ଦୂରେଇ ରଖିବାକୁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ପାକିସ୍ତାନ ଏହାକୁ ନିଜର 'ୱାକଓଭର' ବିଜୟ ବୋଲି ପ୍ରଚାର କରୁଥିବା ବେଳେ, ଅକ୍ସଫୋର୍ଡର ଭାରତୀୟ ଛାତ୍ରମାନେ ପାକିସ୍ତାନୀ ପକ୍ଷକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ । 

ଭିରାଂଶ ଭାନୁଶାଳୀ ଭାଷଣ ଆରମ୍ଭ କରି ୨୬/୧୧ର ସେହି ଭୟଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ । ସେ କହିଥିଲେ , ପାକିସ୍ତାନ କିଭଳି ଭାବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଭାରତରେ ରକ୍ତପାତ କରୁଛି । "ଯେଉଁ ରାଷ୍ଟ୍ରର ନିଜର ସମ୍ମାନ ନାହିଁ, ତାକୁ ଲଜ୍ଜିତ କରିବା ଅସମ୍ଭବ" ବୋଲି ସେ ରୋକଠୋକ୍ ଶୁଣାଇ ଥିଲେ । ସେହିପରି ଅନ୍ୟତମ ଛାତ୍ର କୌଟିଲ୍ୟ ପଣ୍ଡିତ ପାକିସ୍ତାନର ୧୯୭୧ ପରାଜୟ ଏବଂ କାଶ୍ମୀର ପ୍ରସଙ୍ଗରେ ମିଛ ତଥ୍ୟକୁ ପ୍ରମାଣ ସହ ଉପସ୍ଥାପନ କରିଥିଲେ । 

ଅଧିକ ପଢ଼ନ୍ତୁ--ଦିଲ୍ଲୀ ପ୍ରଦୂଷଣ ସଙ୍କଟ ; ନିତିନ ଗଡ଼କରୀଙ୍କୁ ଘାରିଛି ଚିନ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe