କନକ ବ୍ୟୁରୋ : ସେୟାର ବଜାର ଉପରେ ବଡ ପ୍ରଭାବ ପକାଇଛି ଆମେରିକାର ଟାରିଫ୍ ପ୍ଲାନ୍ । ପ୍ୟାନିକ୍ ହେଉଛନ୍ତି ନିବେଶକ, ତଳକୁ ଖସୁଛି ବଜାର । ଆଜି ଦ୍ୱିତୀୟ ଦିନରେ ବି ଭାରତୀୟ ବଜାରରେ ଆମେରିକୀୟ ଶୁଳ୍କର ପ୍ରଭାବ ଦୃଶ୍ୟମାନ ହେଉଛି । କ୍ରମାଗତ ଦ୍ୱିତୀୟ ଦିନ ଏବଂ ବ୍ୟବସାୟ ସପ୍ତାହର ଶେଷ ଦିନରେ, ପ୍ରାରମ୍ଭିକ ବ୍ୟବସାୟରେ ସେନସେକ୍ସ ପ୍ରାୟ ୬୦୦ ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫ୍ଟି ମଧ୍ୟ ପ୍ରାୟ ୨୦୦ ପଏଣ୍ଟ ହ୍ରାସ ପାଇଛି । ସେହିପରି  ପ୍ରାରମ୍ଭିକ କାରବାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ହ୍ରାସ ପାଇଛି । ଆମେରିକୀୟ ଡଲାର ତୁଳନାରେ ଟଙ୍କା ୮୪.୯୯ରେ ପହଞ୍ଚିଛି । 
ଗୋଟିଏ ଦିନ ପୂର୍ବରୁ ଭାରତୀୟ ବଜାରରେ ବଡ଼ ହ୍ରାସ

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ୬୦ଟି ଦେଶ ଉପରେ ପ୍ରତିଶୋଧମୂଳକ ଶୁଳ୍କ ଘୋଷଣା କରିବା ପରେ IT ସେୟାର ଗୁଡିକରେ ବଡ ହ୍ରାସ ଦେଖାଦେଇଛି । ନିବେଶକମାନେ ପ୍ୟାନକରେ ଆସି ସେୟାର ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି । ଯେଉଁଥିପାଇଁ ବଜାର ଲାଲ ପଡଯାଇଛି, ଅର୍ଥାତ୍ ମାର୍କେଟ୍ ଲଗାତାର ତଳକୁ ଖସିଚାଲିଛି । ୩୦ ସେୟାର ବିଶିଷ୍ଟ ବିଏସଇ ସେନସେକ୍ସ ୩୨୨.୦୮ ପଏଣ୍ଟ ଅର୍ଥାତ୍ ୦.୪୨ ପ୍ରତିଶତ ହ୍ରାସ ପାଇ ୭୬,୨୯୫.୩୬ରେ ବନ୍ଦ ହୋଇଥିଲା । କାରବାର ସମୟରେ ଗୋଟିଏ ସମୟରେ ଏହା ୮୦୯.୮୯ ପଏଣ୍ଟକୁ ଖସି ଆସିଥିଲା । ଆଜିବି ସମାନ୍ ସ୍ଥିତି ଦେଖିବାକୁ ମିଳିଛି ।