କନକବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଓ ମହିଳା କ୍ରିକେଟ ବିଶ୍ବକପ ପାଇଁ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି  ।   ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା  ।   ହରମନପ୍ରୀତ କୌର ଦଳର ଅଧିନାୟିକା ଥିବା ବେଳେ ସ୍ମୃତି ମାନ୍ଧାନା ଉପଅଧିନାୟିକା ଭାବେ ଦାୟିତ୍ୱ ତୁଲାଇବେ ।   ଅନ୍ୟପଟେ ଶେଫାଳି ବର୍ମାଙ୍କୁ ବାଦ୍‌ ଦେବା  କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିପରି ରେଣୁକା ସିଂ ଠାକୁର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ସ୍ପିନ୍‌ ବିଭାଗରେ ଦୀପ୍ତି ଶର୍ମା, ରାଧା ଯାଦବ, ଏବଂ ସ୍ନେହ ରାଣା ରହିଛନ୍ତି  ।  ଆସନ୍ତା ସେପ୍ଟେମ୍ବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ବିଶ୍ୱକପ । କୌରଙ୍କ ନେତୃତ୍ବରେ ଭାରତ ନିଜର ପ୍ରଥମ ଟାଇଟଲ ଜିତିବାକୁ ଚେଷ୍ଟା କରିବ  ।