କନକ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫି ପାଇଁ ଆଜି ଭାରତୀୟ ଦଳ ଘୋଷଣା । କାହାକୁ ମିଳିବ ସ୍ଥାନ, ହୋଇନି ସ୍ପଷ୍ଟ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ମଧ୍ୟ ହୋଇପାରେ ଦଳ ଘୋଷଣା । ପୂର୍ବରୁ ଟି-୨୦ ପାଇଁ ଦଳ ଘୋଷଣା ହୋଇସାରିଛି । ଅଧିନାୟକ ରୋହିତ ଶର୍ମା ଓ ଚିଫ ସିକେକ୍ଟର ଅଜିତ ଅଗରକର ଆଜି ଘୋଷଣା କରିପାରନ୍ତି ଖେଳାଳି ତାଲିକା । ତେବେ ଟିମରେ କିଛି ପ୍ଲେୟାରଙ୍କୁ ନେଇ ଏବେ ବି ଦ୍ବନ୍ଦ୍ବ ଲାଗି  ରହିଛି । ବିଶେଷ କରି ଅଷ୍ଟ୍ରେଲିଆ ସିରିଜରେ ଆଘାତପ୍ରାପ୍ତ ଦୃତ ବୋଲର ଜସପ୍ରୀତ ବୁମରାହଙ୍କୁ ଟିମରେ ଜାଗା ମିଳିବ କି ନାହିଁ ଆଶଙ୍କା ପ୍ରକାଶ ପାଇଛି । ବୁମରାହ ଟିମ୍ ଇଣ୍ଡିଆର ବୋଲିଂ ବିଭାଗକୁ ମଜବୁତ କରିଛନ୍ତି । ତେଣୁ ତାଙ୍କୁ ନେଇ ଆଜି ନିଷ୍ପତ୍ତି ନିଆଯାଇପାରେ । ସେହିପରି ଟିମରେ ୱିକେଟ୍ କିପର କିଏ ରହିବେ ସେ ନେଇ ମଧ୍ୟ ଦ୍ବନ୍ଦ୍ବ ରହିଛି । ରିଶବ ପନ୍ଥ ଓ ସଂଜୁ ସାମସନଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାହା ଉପରେ ମଧ୍ୟ ନଜର ରହିବ । ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଅକ୍ସର ପଟେଲ ଟିମରେ ରହିବେ କି ନାହିଁ ସେନେଇ ଆଜି ଚିତ୍ର ସ୍ପଷ୍ଟ ହୋଇପାରେ । 

Advertisment

ଚାମ୍ପିୟନ୍ସ ଟ୍ରଫି: ଆଜି ଦଳ ଘୋଷଣା
ଟିମ୍ ଇଣ୍ଡିଆ ଘୋଷଣା ପାଇଁ ଆଜି ବସିବ ଚୟନ କମିଟି ବୈଠକ
ବୈଠକ ପରେ ଭାରତୀୟ ଦଳ ଘୋଷଣା କରାଯିବ
ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ବିପକ୍ଷରେ ଏକ ସିରିଜ୍ ଖେଳିବାକୁ ପଡ଼ିବ
ଯେଉଁଥିରେ ୫ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ
ଜାନୁଆରୀ ୨୨ରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇସାରିଛି
ଆଜି ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଓ ଚାମ୍ପିୟନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯିବ
ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ
ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ