ଇତିହାସ ରଚିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ମହାକାଶକୁ ଉତକ୍ଷେପଣ ହେବ ସବୁଠାରୁ ଓଜନଦାର ଉପଗ୍ରହ

ଯୋଗାଯୋଗ ଭିତ୍ତିକ ଉପଗ୍ରହ । LVM3-M5ର ଉତ୍ କ୍ଷେପଣ ପାଇଁ ଇସ୍ରୋ ପ୍ରସ୍ତୁତି ଶେଷ

Bahubali  Satellite

Bahubali Satellite Photograph: (KanaKNews)

କନକ ବ୍ୟୁରୋ: ଇତିହାସ ରଚିବ ଇସ୍ରୋ, ମହାକାଶକୁ ଉତକ୍ଷେପଣ ହେବ ସବୁଠାରୁ ଓଜନଦାର ଉପଗ୍ରହ । ଯୋଗାଯୋଗ ଉପଗ୍ରହ, LVM3-M5ର ଉତ୍ କ୍ଷେପଣ ପାଇଁ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ୪ହଜାର କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ, CMS-3 ଆଜି ସଂଧ୍ୟାରେ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ। ଏହାର ଭାରୀ ପେଲୋଡ୍ ଗୁଡ଼ିକ ପାଇଁ LVM3 ରକେଟକୁ "ବାହୁବଳୀ"ର ନାମ ଦିଆଯାଇଛି । ଏହି ମିଶନର ମୂଳ ଉପାଦାନ ହେଉଛି CMS-03, ଏକ ଉନ୍ନତ ମଲ୍ଟି-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଏହାକୁ ସମଗ୍ର ଭାରତୀୟ ଉପମହାଦେଶ ସମେତ ଏକ ବିଶାଳ ସମୁଦ୍ର ଅଞ୍ଚଳରେ ରଣନୈତିକ ଯୋଗାଯୋଗ କଭରେଜ୍ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ପ୍ରାୟ ୪ହଜାର ୪୧୦ କିଲୋଗ୍ରାମ ଓଜନ ବିଶିଷ୍ଟ, CMS-03 ଭାରତୀୟ ମାଟିରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର ଅରବିଟରେ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ ହେବ ।

ଆଜି ପୁଣି ଇତିହାସ ରଚିବ ଇସ୍ରୋ : ଶ୍ରୀହରିକୋଟାରୁ ଲଞ୍ଚ ହେବ ଓସନସେଟ୍ ଥ୍ରୀ ଓ ୮ଟି ନାନୋ ସାଟେଲାଇଟ

ମହାକାଶ ଯିବ ‘ବାହୁବଳୀ’
ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା
ଯୋଗାଯୋଗ ଭିତ୍ତିକ ଉପଗ୍ରହ, LVM3-M5ର ହେବ ଉତ୍‌କ୍ଷେପଣ
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତକ୍ଷେପଣ କରାଯିବ
ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ
ପୃଥିବୀର ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥରେ ଏହାକୁ ପ୍ରେରଣ କରାଯିବ
ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିବ
ସାମୁଦ୍ରିକ କ୍ଷେତ୍ରରେ ଡିଜିଟାଲ୍ କଭରେଜ୍ ଏବଂ ଯୋଗାଯୋଗ ସେବାକୁ ସୁଦୃଢ଼ ହେବ
ଇସ୍ରୋର ସବୁଠାରୁ ଶକ୍ତିଶାଳୀ ରକେଟ୍ ନାମ ରହିଛି 'ବାହୁବଳୀ' 
୪୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ପେଲୋଡ୍ ମହାକାଶକୁ ଉତକ୍ଷେପଣ କରିପାରିବ
ଏହାପୂର୍ବରୁ ଡିସେମ୍ବର ୫, ୨୦୧୮ରେ ମହାକାଶକୁ ଯାଇଥିଲା ଭାରୀ ଉପଗ୍ରହ
ଭାରତରୁ ନୁହେଁ ବରଂ ଫରାସୀ ଗୁଆନାର କୌରୁ ଉତକ୍ଷେପଣ ଘାଟିରୁ ହୋଇଥିଲା 
GSAT-11ର ଓଜନ ୫,୮୫୪ କିଲୋଗ୍ରାମ ଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe