କନକବ୍ୟୁରୋ : ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ କହିଛନ୍ତି  ମହାକାଶ ସଂସ୍ଥା  ୭୫ ହଜାର କିଲୋଗ୍ରାମ ଓଜନର ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥରେ ସ୍ଥାପନ କରିବା ପାଇଁ ୪୦ ମହଲା କୋଠା ଭଳି ଉଚ୍ଚ ରକେଟ୍ ଉପରେ କାମ କରୁଛି  ।   ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏକ ୪୦ ମହଲା ଉଚ୍ଚ ରକେଟ ନିର୍ମାଣ କରୁଛି, ଯାହା ୭୫,୦୦୦ କିଲୋଗ୍ରାମର ଉପଗ୍ରହ ପ୍ରକ୍ଷେପଣ କରିବ  ।

Advertisment

ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ କହିଛନ୍ତି , ବର୍ତ୍ତମାନ ଭାରତରେ ୫୫ଟି ଉପଗ୍ରହ କକ୍ଷପଥରେ ରହିଛି, ଏବଂ ଆଗାମୀ ତିନିରୁ ଚାରି ବର୍ଷ ମଧ୍ୟରେ ଏହାର ସଂଖ୍ୟା ତିନିଗୁଣ ହେବ । ଏହି ରକେଟ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂଆ ଉଚ୍ଚତାରେ ପହଞ୍ଚାଇବ । ଏହା ସହିତ ଇସ୍ରୋ ଚନ୍ଦ୍ରଯାନ-୪ ଓ ଗଗନଯାନ ମିଶନ ଉପରେ ମଧ୍ୟ କାମ କରୁଛି। ଏହି ରକେଟ ପରୀକ୍ଷଣ ୨୦୨୮ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି ।

ଇସ୍ରୋର ନୂଆ କମାଲ
ଇସ୍ରୋ ୪୦ ମହଲା ଉଚ୍ଚତା ଭଳି ରକେଟ ନିର୍ମାଣ କରୁଛି  ।
୭୫,୦୦୦ କେଜି ଉପଗ୍ରହ ପ୍ରକ୍ଷେପଣ କ୍ଷମତା ରହିବ  
ବର୍ତ୍ତମାନ ୫୫ଟି ଉପଗ୍ରହ କକ୍ଷପଥରେ, ୩-୪ ବର୍ଷରେ ସଂଖ୍ୟା ତିନିଗୁଣ ହେବ 
ରକେଟ ବାଣିଜ୍ୟିକ ଓ ଅନ୍ତର୍ଜାତୀୟ ମହାକାଶ ବଜାରରେ ଭାରତର ସ୍ଥାନ ମଜବୁତ କରିବ
ଚନ୍ଦ୍ରଯାନ-୪ ଓ ଗଗନଯାନ ମିଶନ ସହିତ ଏହି ରକେଟ ପ୍ରକଳ୍ପ ଏକକାଳୀନ ଚାଲିଛି
ରକେଟ ପରୀକ୍ଷଣ ୨୦୨୮ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ