କନକ ବ୍ୟୁରୋ : ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଇତିହାସ ରଚିଛି । ମଙ୍ଗଳବାର ସକାଳେ ଭାରତୀୟ ମୁଦ୍ରାରେ ଗୋଟିଏ ଡଲାରର ମୂଲ୍ୟ ୮୮.୮୦ ରେ ପହଂଚିଛି । ଏହା ପ୍ରଥମଥର ପାଇଁ ଡଲାର ତୁଳନାରେ  ଭାରତୀୟ ମୁଦ୍ରାର ସବୁଠାରୁ ଅଧିକ ଅବମୂଲ୍ୟାୟନ । ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସିବା ଓ ଆମେରିକା ସହ ବ୍ୟବସାୟରେ ସମସ୍ୟା ସହ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ୍ ମାର୍କେଟରୁ ଅର୍ଥ ଉଠାଇ ନେବା ଭଳି ସମସ୍ୟା ପାଇଁ ଘଟୁଛି ବୋଲି ଅର୍ଥ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

Advertisment

ଗତ କିଛି ସପ୍ତାହ ହେବ ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟକୁ ନେଇ ଅନେକ ସମସ୍ୟା ଦେଖିବାକୁ ମିଳିଛି । ଆମେରିକା ତରଫରୁ ଆମଦାନୀ ଶ୍ଳୁକ ଓ ଏଚ୍-୧ବି ଭିସା ଉପରେ ଦାମ୍ ୍ବଢାଇବା ଭଳି ପଦକ୍ଷେପ ନେଇଛି । ଯାହା ଫଳରେ ଭାରତୀୟ ଆଇଟି ଓ ରପ୍ତାନୀ କମ୍ପାନୀଗୁଡିକ ଚାପରେ ରହିଛନ୍ତି । ଏହାର ପ୍ରଭାବ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ସିଧାସଳଖ ପଡ଼ିଛି । ଏହା ବ୍ୟତୀତ ଆମେରିକା ସୁଧ ହାରରେ ବୃଦ୍ଧି ଓ ଡଲାରର ମଜବୁତି ବି ଟଙ୍କାର ମୂଲ୍ୟାୟନ ଉପରେ ପ୍ରଭାବ ପକାଇଛି । ବିଦେଶୀ ପୋର୍ଟଫୋଲିଓ ନିବେଶକ ଲଗାତର ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିନେବା । ଯାହା ଫଳରେ ଟଙ୍କାର ବ୍ୟବହାର କମିବାରେ ଲାଗିଛି । 

ଲଠି କହିରଖୁ କି ଯେତେବେଳେ ଟଙ୍କାର ଅବମୂଲ୍ୟାୟନ ହେବ ସେତେବେଳେ ବିଦେଶରୁ ଆମଦାନୀ ହେଥିବା ସାମଗ୍ରୀର ଦର ବୃଦ୍ଧି ପାଇବ । ପେଟ୍ରୋଲ, ଡିଜେଲ, ମୋବାଇଲ, ଲାପଟପ୍ ଓ ଖାଦ୍ୟ ସାମଗ୍ରୀରେ ତେଲ ଭଳି ଦୈନଦିନ ଆବଶ୍ୟକ ହେଉଥିବା ସାମଗ୍ରୀର ଦାମ ବଢିବ । 

ଭାରତ ସର୍ବାଧିକ ତୈଳ ବିଦେଶରୁ ଆମଦାନୀ କରିଥାଏ । ଟଙ୍କାର ଅବମୂଲ୍ୟାୟନ ଫଳରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେଉଛି । ଏହାର ପ୍ରଭାବ ପରିବହନ ଉପରେ ପଡ଼ୁଛି ।