କନକବ୍ୟୁରୋ : ସମ୍ବଲପୁର, ପଶ୍ଚିମବଙ୍ଗରେ ଆୟୋଜିତ ସିବିଏସ୍ଇ ଇଷ୍ଟ ଜୋନ୍ କବାଡ଼ି ଚାମ୍ପିଅନସିପ୍ରେ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍ ସମ୍ବଲପୁରର ବାଳକ କବାଡ଼ି ଟିମ୍ ନିଜର ଚମତ୍କାର ଏବଂ ଶକ୍ତିଶାଳୀ ପ୍ରଦର୍ଶନ ଯୋଗୁଁ ଫାଇନାଲ୍ରେ କିଟ୍ ଇଣ୍ଟରନ୍ୟାସନାଲ୍ ଭୁବନେଶ୍ୱର ସହିତ ଖେଳି ଏକ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ୫୫-୫୬ ସ୍କୋର୍ରେ ଉପବିଜେତା ରହିଥିଲା ।
ଫାଇନାଲ୍ରେ ପହଞ୍ଚିବା ପୂର୍ବରୁ କ୍ୱାର୍ଟର ଫାଇନାଲ୍ରେ ଛତିଶଗଡ଼ ପବ୍ଲିକ୍ ସ୍କୁଲ୍କୁ ଏବଂ ସେମିଫାଇନାଲ୍ରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ସେହିପରି ସ୍କୁଲ୍ର ବାଳିକା ଟିମ୍ ମଧ୍ୟ ନିଜର ଚମତ୍କାର ଖେଳ ପ୍ରଦର୍ଶନ କରି ସେମିଫାଇନାଲ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା ଏବଂ ଗୁରୁ ତେଗବାହାଦୁର ପବ୍ଲିକ୍ ସ୍କୁଲ୍ ଦୁର୍ଗାପୁରକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା ।
/filters:format(webp)/kanak/media/media_files/2025/08/23/marketing-2025-08-23-12-56-38.jpeg)
ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍ର ଖେଳାଳିମାନେ ନିଜର ଶାରୀରିକ ଶିକ୍ଷା ଶିକ୍ଷକ ତଥା କୋଚ୍ ସଞ୍ଜୟ ମଲ୍ଲିକଙ୍କ ନିର୍ଦ୍ଦେଶନାରେ ନିଜର ଅଦ୍ଭୁତ ଦକ୍ଷତା ପ୍ରଦର୍ଶନ କରି ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ଯୋଗଦାନ ଦେଇଥିଲେ । ଏହା ସହିତ ସର୍ବଶ୍ରେଷ୍ଠ ଖେଳାଳି ଏବଂ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ର ଆଖ୍ୟା ହାସଲ କରିଥିଲେ। ସ୍କୁଲ୍ର ଏହି ଚମତ୍କାର ଉପଲବ୍ଧିରେ ସମଗ୍ର ବିଦ୍ୟାଳୟ ପରିବାରରେ ଉଲ୍ଲାସ ଏବଂ ହର୍ଷ ଭରି ରହିଛି । ପ୍ରଧାନ ଶିକ୍ଷକ ଶ୍ରୀ ସଚିନ୍ ପାଠକ ନିଜ ସ୍କୁଲ୍ର ଟିମ୍ର ସମସ୍ତ ଭାଗ ନେଇଥିବା ବାଳକ ଏବଂ ବାଳିକାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହା ଆମ ସ୍କୁଲ୍ ପାଇଁ ଏକ ବହୁତ ବଡ଼ ଉପଲବ୍ଧି ଯାହା ଐତିହାସିକ ମଧ୍ୟ। ଆମେ ସମସ୍ତେ ଏଥିରେ ଗର୍ବିତ ଅନୁଭବ କରୁଛୁ ।
ସେ ସମସ୍ତ ଖେଳାଳି ଏବଂ ମେଣ୍ଟର ଶିକ୍ଷକ ସଞ୍ଜୟ ମଲ୍ଲିକଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ଛାତ୍ର-ଛାତ୍ରୀଙ୍କର ଏହି ଚମତ୍କାର ଉପଲବ୍ଧିରେ ସ୍କୁଲ୍ର ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ କେଶବ ଡାଲମିଆ ଏବଂ ଚେୟାରପର୍ସନ୍ ଶ୍ରୀମତୀ ସୁମନ ଡାଲମିଆ ମଧ୍ୟ ପ୍ରସନ୍ନତା ବ୍ୟକ୍ତ କରି ନିଜ ସ୍କୁଲ୍ର ଟିମ୍କୁ ଅଭିନନ୍ଦନ ଜଣାଇଥିଲେ।