କନକ ବ୍ୟୁରୋ : ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍, ସମ୍ବଲପୁର ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ଯେ ବିଦ୍ୟାଳୟର ଚେୟାରପର୍ସନ୍ ସୁମନ ଡାଲମିଆଙ୍କୁ ଟାଇମ୍ସ ବିଜନେସ୍ ଆୱାର୍ଡସ୍ ଓଡ଼ିଶା ୨୦୨୬ ଅନ୍ତର୍ଗତ ସମ୍ମାନିତ କରାଯାଇଛି । ଏହି ସମ୍ମାନ ଭୁବନେଶ୍ୱରରେ ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଟାଇମ୍ସ ବିଜନେସ୍ ଆୱାର୍ଡର ଭବ୍ୟ ସମାରୋହରେ ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର କମଳରେ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ତାଙ୍କ ପ୍ରଗତିଶୀଳ ଆବାସିକ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ, ଦୂରଦର୍ଶୀ ନେତୃତ୍ୱ ଏବଂ ଉତ୍କୃଷ୍ଟ ଶୈକ୍ଷିକ ଦୃଷ୍ଟିକୋଣ ପାଇଁ ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରାଧାନ ଶିକ୍ଷକ  ସଚିନ ପାଠକ କହିଛନ୍ତି ଯେ ଶ୍ରୀମତୀ ସୁମନ ଡାଲମିଆଙ୍କ ମାର୍ଗଦର୍ଶନରେ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍, ସମ୍ବଲପୁର ଭବିଷ୍ୟତ- ଉନ୍ନତ ଶିକ୍ଷଣ ପଦ୍ଧତି, ବିଶ୍ୱସ୍ତରୀୟ ଆବାସିକ ସୁବିଧା ଏବଂ ମୂଲ୍ୟ-ଆଧାରିତ ଶିକ୍ଷାକୁ ଆପଣେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ବିଦ୍ୟାଳୟ କେବଳ ଶୈକ୍ଷିକ ଉତ୍କର୍ଷ ଉପରେ ଗୁରୁତ୍ୱ ଦିଏ ନାହିଁ, ବରଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଏବଂ ନେତୃତ୍ୱ କ୍ଷମତା ବୃଦ୍ଧି ପାଇଁ ମଧ୍ୟ ନିରନ୍ତର ପ୍ରୟାସ କରେ।

Advertisment

ସେ କହିଛନ୍ତି ଯେ ଟାଇମ୍ସ ବିଜନେସ୍ ଆୱାର୍ଡସ୍ ବିଦ୍ୟାଳୟର ସେହି ପ୍ରତିବଦ୍ଧତାର ପ୍ରମାଣ, ଯାହା ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍ ପରିବାର, ପ୍ରବନ୍ଧନ, ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ସାମୂହିକ ପ୍ରୟାସ ଏବଂ ସମର୍ପଣକୁ ମଧ୍ୟ ଦର୍ଶାଏ ।ପ୍ରାଧାନ ଶିକ୍ଷକ ଏବଂ ବିଦ୍ୟାଳୟ ପରିବାର ଏହି ଉପଲବ୍ଧିରେ ଚେୟାରପର୍ସନ୍  ସୁମନ ଡାଲମିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ କାମନା କରିଛନ୍ତି।