ସବୁ ବିପଦର ମୁକାବିଲା କରିବାକୁ ନୌସେନା ପ୍ରସ୍ତୁତ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment

ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ । ରବିବାର ଦିନ କର୍ଣ୍ଣାଟକର କାରୱାର ନୌସେନା ବନ୍ଦରରୁ ସେ ଏହି ବୁଡ଼ାଜାହାଜରେ ବସି ନିଜର ସମୁଦ୍ର ଭ୍ରମଣ ଆରମ୍ଭ କରିଥିଲେ । 

ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ । ରବିବାର ଦିନ କର୍ଣ୍ଣାଟକର କାରୱାର ନୌସେନା ବନ୍ଦରରୁ ସେ ଏହି ବୁଡ଼ାଜାହାଜରେ ବସି ନିଜର ସମୁଦ୍ର ଭ୍ରମଣ ଆରମ୍ଭ କରିଥିଲେ । 

President-murmu

President-murmu Photograph: (Google)

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଉପକୂଳରେ ନୌସେନାର ବୁଡ଼ାଜାହାଜ ‘ଆଇଏନଏସ ବାଘସୀର’ରେ ସମୁଦ୍ର ଯାତ୍ରା କରିଛନ୍ତି । ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ । ରବିବାର ଦିନ କର୍ଣ୍ଣାଟକର କାରୱାର ନୌସେନା ବନ୍ଦରରୁ ସେ ଏହି ବୁଡ଼ାଜାହାଜରେ ବସି ନିଜର ସମୁଦ୍ର ଭ୍ରମଣ ଆରମ୍ଭ କରିଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଯାତ୍ରା ସମୟରେ ରାଷ୍ଟ୍ରପତି ବୁଡ଼ାଜାହାଜର ଚାଳକ ଦଳ (Crew) ସହିତ ଆଲୋଚନା କରିଥିଲେ ଏବଂ ଅପରେସନାଲ ପ୍ରଦର୍ଶନଗୁଡ଼ିକୁ ଦେଖିଥିଲେ । ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ପରେ ବୁଡ଼ାଜାହାଜରେ ଯାତ୍ରା କରିବାରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ୱିତୀୟ ରାଷ୍ଟ୍ରପତି ।

President
President Photograph: (Kanak News)

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସ୍ୱଦେଶୀ ‘କଲଭରୀ’ ଶ୍ରେଣୀର ଏହି ବୁଡ଼ାଜାହାଜରେ ରାଷ୍ଟ୍ରପତିଙ୍କ ପ୍ରଥମ ଯାତ୍ରା, ସଶସ୍ତ୍ର ବାହିନୀ ସହିତ ସର୍ବୋଚ୍ଚ କମାଣ୍ଡରଙ୍କ ନିରନ୍ତର ସମ୍ପୃକ୍ତିକୁ ଦର୍ଶାଉଛି । ଏହାପୂର୍ବରୁ ନଭେମ୍ବର ୨୦୨୪ରେ ସେ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ‘ଆଇଏନଏସ ବିକ୍ରାନ୍ତ’ର ପରିଚାଳନା ପ୍ରଦର୍ଶନ ମଧ୍ୟ ଦେଖିଥିଲେ । ଏହି ଯାତ୍ରା ପରେ ରାଷ୍ଟ୍ରପତି ନିଜର ଅନୁଭୂତିକୁ Visitor's Book ରେ ଲିପିବଦ୍ଧ କରିଛନ୍ତି । ସେ ଲେଖିଛନ୍ତି ଯେ, "ଆଇଏନଏସ ବାଘସୀରରେ ଆମର ନୌସୈନିକ ଏବଂ ଅଧିକାରୀଙ୍କ ସହ ସମୁଦ୍ର ମଧ୍ୟରେ ସମୟ ବିତାଇବା ମୋ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅନୁଭୂତି ଥିଲା ।"

Draupadi-murmu
Draupadi-murmu Photograph: (Google)

ସେ ଆହୁରି ମଧ୍ୟ କହିଛନ୍ତି , ଆଇଏନଏସ ବାଘସୀରର ସଫଳ ପରୀକ୍ଷଣ ଏବଂ ଆହ୍ୱାନପୂର୍ଣ୍ଣ ଅଭିଯାନଗୁଡ଼ିକ ଚାଳକ ଦଳର ଅସାଧାରଣ ନିଷ୍ଠା ଓ ସମର୍ପଣକୁ ଦର୍ଶାଉଛି । ବୁଡ଼ାଜାହାଜର ଆଦର୍ଶ ବାକ୍ୟ ‘ବୀରତ୍ୱପୂର୍ଣ୍ଣ ବିଜୟ’ ଅନୁଯାୟୀ କର୍ମଚାରୀଙ୍କ ଅନୁଶାସନ ଏବଂ ଆତ୍ମବିଶ୍ୱାସ ଦେଖି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି । ଭାରତୀୟ ନୌସେନା ଯେକୌଣସି ବିପଦର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe