କନକ ବ୍ୟୁରୋ : ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା ମାମଲାରେ ଆମେରିକାର ନ୍ୟୁଜର୍ସିଠାରେ ରହୁଥିବା ଜଣେ ୩୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ଆମେରିକୀୟ କର୍ତ୍ତୃପକ୍ଷ ଗିରଫ କରିଛନ୍ତି। ଅଭିଯୁକ୍ତ ମହିଳା ନ୍ୟୁ ଜର୍ସିର ହିଲ୍ସବୋରୋର ପ୍ରିୟଥରସିନି ନଟରାଜନ ବୋଲି ଜଣାପଡ଼ିଛି । ମଙ୍ଗଳବାର ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ହୋଇଥିଲା। ମୃତ ଶିଶୁଙ୍କ ବୟସ ୫ ବର୍ଷ ଓ ୭ ବର୍ଷ ବୋଲି ଜଣାପଡ଼ିଛି।
ରଦ୍ଦ ନୁହେଁ ବିଳମ୍ବିତ ହେଉଛି ପାକ-ଜନ୍ମିତ ଆମେରିକୀୟ ଖେଳାଳିମାନଙ୍କ ଭାରତୀୟ ଭିସା
ବୁଧବାର ସମରସେଟ୍ କାଉଣ୍ଟି ପବ୍ଲିକ ପ୍ରସିକ୍ୟୁଟର ଜନ୍ ମ୍ୟାକଡୋନାଲ୍ଡ ସୂଚନା ଦେଇଛନ୍ତି ଯେ, ଜାନୁଆରି ୧୩ରେ ପିଲାମାନଙ୍କ ପିତା ସନ୍ଧ୍ୟାରେ ଆଇନ ପ୍ରବର୍ତ୍ତନ ସଂସ୍ଥାକୁ ୯୧୧ କଲ୍ କରି ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜଣାଇଥିଲେ। ଫୋନ କରିଥିବା ବ୍ୟକ୍ତି କହିଥିଲେ ଯେ, ସେ ଘରକୁ ଫେରିବା ପରେ ତାଙ୍କର ଦୁଇ ପିଲାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ତାଙ୍କ ପତ୍ନୀ ପିଲାଙ୍କ ସହିତ କିଛି କରିଥିବା ସେ ଅଭିଯୋଗ କରିଥିଲେ। ପୁଲିସ ପହଞ୍ଚି ଦୁଇ ଶିଶୁଙ୍କୁ ଉଦ୍ଧାର କରିବା ସହିତ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ମହିଳାଙ୍କୁ ହତ୍ୟା ଓ ବେଆଇନ ଭାବେ ଅସ୍ତ୍ର ରଖିବା ମାମଲାରେ ଗିରଫ କରିଛି।
Follow Us