କନକ ବ୍ୟୁରୋ : ଭାରତୀୟ ନୌସେନାରେ ଯୋଗ ଦେଲା ଅତ୍ୟାଧୁନିକ ଯୁଦ୍ଧପୋତ ଜାହାଜ । ଭାରତୀୟ ନୌସେନାରେ ଆଜି ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ଉଦୟଗିରି ଓ ଆଇଏନ୍ଏସ୍ ହିମଗିରି ସାମିଲ ହୋଇଛି । ବିଶାଖାପାଟଣାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ଐତିହାସିକ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଦୁଇଟି ଭିନ୍ନ ଭିନ୍ନ ଶିପ୍ ୟାର୍ଡରେ ନିର୍ମିତ ଦୁଇଟି ପ୍ରମୁଖ ଯୁଦ୍ଧ ଜାହାଜ ଏକ ସାଙ୍ଗରେ ନୌସେନାରେ ସାମିଲ ହୋଇଛନ୍ତି । ଭାରତର ସାମୁଦ୍ରିକ ଶକ୍ତିକୁ ଆହୁରି ମଜଭୁତ କରିବ ଏବଂ ‘ମେକ୍ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ର ସଫଳତାକୁ ପ୍ରତିଫଳିତ କରୁଛି । ଉଦୟଗିରି ମୁମ୍ବାଇର ମଜଗାଁ ଡକ ଶିପ ବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଥିବା ବେଳେ ହିମଗିରି କୋଲକାତାର ଗାର୍ଡନ ରିଚ୍ ଶିପ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମାଣ କରାଯାଇଛି ।
ବଢିଲା ଭାରତୀୟ ନୌସେନାର ଶକ୍ତି : ସେନାରେ ସାମିଲ ଦୁଇ ଅତ୍ୟାଧୁନିକ ଜାହାଜ
ଭାରତୀୟ ନୌସେନାରେ ଯୋଗ ଦେଲା ଅତ୍ୟାଧୁନିକ ଯୁଦ୍ଧପୋତ ଜାହାଜ । ଭାରତୀୟ ନୌସେନାରେ ଆଜି ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍ଏସ୍ ଉଦୟଗିରି ଓ ଆଇଏନ୍ଏସ୍ ହିମଗିରି ସାମିଲ ହୋଇଛି ।
/kanak/media/media_files/2025/08/26/24-2025-08-26-14-28-56.jpg)