ମହାସାଗରରେ ପରାକ୍ରମ ଦେଖାଉଛି ଭାରତୀୟ ନୌସେନା: ପାକିସ୍ତାନକୁ ଚେକ୍ ଦେବାକୁ ପ୍ରସ୍ତୁତି

ଭାରତ ଏବଂ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି।

20

Photograph: (KANAK NEWS)

କନକ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ସାମୁଦ୍ରିକ ସୀମାରେ ଦେଖିବାକୁ ମିଳିବ ଉତ୍ତେଜନା ମୂଳକ ସ୍ଥିତି। ଆଜିଠୁ ଆରବ ସାଗରରେ ଭାରତୀୟ ନୌସେନାର ସମରାଭ୍ୟାସ। ଶତ୍ରୁ ପକ୍ଷକୁ ଶୌର୍ଯ୍ୟ ଓ ପରାକ୍ରମ ଦେଖାଇବେ ନୌବୀର। ସେପଟେ ପାକିସ୍ତାନ ମଧ୍ୟ ଆଜିଠୁ ଆରବ ସାଗରରେ ଯୁଦ୍ଧାଭାସ୍ୟ ଆରମ୍ଭ କରିବ। ଭାରତ ଏବଂ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି। ପାକିସ୍ତାନ ଦ୍ୱାରା ଜାରି କରାଯାଇଥିବା ନାଭାରିଆ ଚେତାବନୀ ଅନୁଯାୟୀ, ସାମୁଦ୍ରିକ ଯାତାୟାତକୁ ଅଗଷ୍ଟ ୧୧ ସକାଳ ୪ଟାରୁ ଅଗଷ୍ଟ ୧୨ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଅଭ୍ୟାସ କ୍ଷେତ୍ରରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ପାକିସ୍ତାନ ଦ୍ୱାରା ଗୋଟିଏ ନାଭାରିଆ ଚେତାବନୀ ଦିଆଯାଇଥିବାବେଳେ ଭାରତ ଦ୍ୱାରା ୩ଟି ସତର୍କତା ଜାରି କରାଯାଇଛି। ଭାରତ ପକ୍ଷରୁ ଓଖା, ପୋରବନ୍ଦର ଏବଂ ମୋର୍ମୁଗାଓ ବାହାରେ ସମୁଦ୍ରରେ ସାମୁଦ୍ରିକ ଯାତାୟାତକୁ ଏହି ଅଞ୍ଚଳରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି। ଓଖା ଉପକୂଳ ନିକଟରେ ଜାରି ହୋଇଥିବା ଚେତାବନୀ ଅନୁଯାୟୀ, ନୌସେନା ଅଗଷ୍ଟ ୧୧ ତାରିଖ ସକାଳ ୧୧ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଏକ ଫାୟାରିଂ ଡ୍ରିଲ୍ କରିବ। ପୋରବନ୍ଦର ଉପକୂଳ ନିକଟରେ ଜାରି ହୋଇଥିବା ଚେତାବନୀ ଅନୁଯାୟୀ, ନୌସେନା ଅଗଷ୍ଟ ୧୨ ତାରିଖ ଦିନ ୧୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଫାୟାରିଂ ଡ୍ରିଲ୍ କରିବ। ସେହିପରି ମୋରମୁଗାଓ ଉପକୂଳ ନିକଟରେ ଜାରି ହୋଇଥିବା ଚେତାବନୀ ଅନୁଯାୟୀ, ନୌସେନା ଅଗଷ୍ଟ ୧୩ ତାରିଖ ଦିନ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଫାୟାରିଂ ଡ୍ରିଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସାମୁଦ୍ରିକ ଯାତାୟାତକୁ ଏହି ଅଞ୍ଚଳଗୁଡ଼ିକରୁ ଦୂରେଇ ରହିବାକୁ ସତର୍କ କରାଯାଇଛି। ଅପରେସନ ସିନ୍ଦୂରକୁ ଏଥିମଧ୍ୟରେ ତିନି ମାସ ବିତି ସାରିଥିବା ବେଳେ ଉଭୟ ଦେଶର ସମରାଭ୍ୟାସ ଉପରେ ସାରା ବିଶ୍ବର ନଜର ରହିଛି।

-ଅପରେସନ ସିନ୍ଦୂର ପରେ ସାମୁଦ୍ରିକ ସୀମାରେ ଉତ୍ତେଜନା ମୂଳକ ସ୍ଥିତି
-ଆଜିଠୁ ଆରବ ସାଗରରେ ଭାରତୀୟ ନୌସେନାର ସମରାଭ୍ୟାସ
-ଶତ୍ରୁ ପକ୍ଷକୁ ଶୌର୍ଯ୍ୟ ଓ ପରାକ୍ରମ ଦେଖାଇବେ ନୌବୀର
-ପାକିସ୍ତାନ ମଧ୍ୟ ଆଜିଠୁ ଆରବ ସାଗରରେ ଯୁଦ୍ଧାଭାସ୍ୟ ଆରମ୍ଭ କରିବ
-ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ଭାରତ-ପାକ୍
-ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କଲେ ଉଭୟ ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe