କନକ ବ୍ୟୁରୋ: ଭାରତୀୟ ନୌବାହିନୀରେ ସାମିଲ ହେବ ଆଇଏନ୍ଏସ୍ ଆନ୍ଦ୍ରଥ୍ । ବିଶାଖାପାଟନମ୍ରେ ଏକ ଭବ୍ୟ ସମାରୋହରେ ଆଇଏନ୍ଏସ୍ ନୌସେନାରେ ସାମିଲ ହେବ । ଆଇଏନ୍ଏସ୍ ଆନ୍ଦ୍ରଥ୍ ହେଉଛି ଏକ ଆଣ୍ଟି ସବମେରାଇନ୍ ୱାଟର କ୍ରାଫ୍ଟ । କୋଲକାତା ସ୍ଥିତ ଜିଆର୍ଏସ୍ଇ ଦ୍ବାରା ନିର୍ମିତ ଏହି ଜାହାଜରେ ୮୦ ପ୍ରତିଶତରୁ ଅଧିକ ସ୍ବଦେଶୀ ଉପାଦାନ ବ୍ୟବହୃତ ହୋଇଛି । ଏହା ଆତ୍ମନିର୍ଭର ଭାରତର ପ୍ରତୀକ । ଏହାର ଲଞ୍ଚ ୨୦୨୩ରେ ହୋଇଥିବା ବେଳେ ଗତ ୧୩ ସେପ୍ଟେମ୍ବରରେ ନୌବାହିନୀକୁ ହସ୍ତାନ୍ତର କରାଯାଇଥିଲା ।
ଆଇଏନ୍ଏସ୍ ଆର୍ନଲା ପରେ ଏହା ଦ୍ବିତୀୟ ଜାହାଜ, ଯାହା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କାର୍ଯ୍ୟ କରିବ । ଏହା ନୌବାହିନୀର ସାମରିକ ଶକ୍ତିବୃଦ୍ଧି ଓ ସ୍ବଦେଶୀକରଣରେ ସାହାଯ୍ୟ କରିବ । ନୌବାହିନୀ ତରଫରୁ କୁହାଯାଇଛି, ଏହା ସ୍ୱଦେଶୀ ପ୍ରଯୁକ୍ତି ଓ ନବୀନତାର ପ୍ରମାଣ । ଏହି ପଦକ୍ଷେପ ଦ୍ୱାରା ଭାରତର ସମୁଦ୍ରୀୟ ସୀମାନ୍ତର ରକ୍ଷଣ ଅଧିକ ନିରାପଦ ହେବ ।
ନୌବାହିନୀରେ ସାମିଲ ହେବ ଆଇଏନ୍ଏସ୍ ଆନ୍ଦ୍ରଥ୍
ବିଶାଖାପାଟନମ୍ରେ ହେବ ସାମିଲ
ଆଇଏନ୍ଏସ୍ ଆନ୍ଦ୍ରଥ୍ ହେଉଛି ଆଣ୍ଟି ସବମେରାଇନ୍ ୱାଟର କ୍ରାଫ୍ଟ
ଜାହାଜରେ ୮୦ ପ୍ରତିଶତ ସ୍ବଦେଶୀ ଉପକରଣ ବ୍ୟବହୃତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/06/indian-navy-2025-10-06-15-01-53.jpg)