ଦିଦିଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନର ଚିଠି ; ଡାକ୍ତର ଦାବିକୁ ତୁରନ୍ତ ବିଚାର କରିବାକୁ ଅପିଲ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନର ଚିଠି । ତୁରନ୍ତ ସମାଧାନ କରିବାକୁ ଆଇଏମଏର ଅପିଲ୍ । ନ୍ୟାୟ ଦାବିରେ ୫ଦିନ ଧରି ଡାକ୍ତର କରୁଛନ୍ତି ଆମରଣ ଅନଶନ । ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢ଼ୁଛି ନ୍ୟାୟ ଦାବି ।

mamp

କନକ  ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ ଚିଠି । ତୁରନ୍ତ ସମସ୍ୟା ସମାଧାନ କରିବାକୁ ଆଇଏମଏର ଅପିଲ କରିଛି । ନ୍ୟାୟ ଦାବିରେ ୫ଦିନ ଧରି ଡାକ୍ତର କରୁଛନ୍ତି ଆମରଣ ଅନଶନ । ଅନଶନ ଯୋଗୁଁ ଅ୍ରନେକ ଡାକ୍ତର ଅସୁସ୍ଥ ହେଲେଣି । ତେଣୁ ତୁରନ୍ତ ସମାଧାନ କରିବାକୁ ମମତା ସରକାରଙ୍କୁ ଅପିଲ କରିଛି ଆଇଏମଏ । 

ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଢ଼ୁଛି ନ୍ୟାୟ ଦାବି । କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅନଶନରେ ବସିଛନ୍ତି ଆରଜି କର ମେଡିକାଲ କଲେଜର ଜୁନିୟର ଡାକ୍ତର । ଅନଶନରେ ବସିଥିବା ଜଣେ ଡାକ୍ତରଙ୍କ ଦେହ  ମଧ୍ୟ ରାତ୍ରିରେ ଖରାପ ହେବାରେ ତାଙ୍କୁ ରାତିରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ସନ୍ଧ୍ୟାଠାରୁ ଆମରଣ ଅନସନରେ ବସିଥିବା ଡାକ୍ତରମାନଙ୍କ ମଧ୍ୟରୁ ଅନିକେତ ମହାତୋ ହଠାତ୍ ଅସୁସ୍ଥ ହୋଇଯାଇଥିଲେ । ବରିଷ୍ଠ ଡାକ୍ତର ସୁଭର୍ନା ଗୋସ୍ୱାମୀ ମିଡିଆକୁ କହିଛନ୍ତି, ଅନିକେତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି । ତାଙ୍କୁ ଆରଜି ଡାକ୍ତରଖାନା ନିଆଯାଇଥିଲା ଏବଂ ଆଇସିୟୁରେ ଭର୍ତ୍ତି କରାଯାଇଛି । ବିକ୍ଷୋଭ ସ୍ଥଳରେ ନିୟୋଜିତ ହୋଇଛନ୍ତି ୪ଜଣିଆ ଡାକ୍ତରୀ ଦଳ । ସେପେଟେ ଏହି ଘଟଣାକୁ ନେଇ ଆଇଏମଏ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଚିଠି ଲେଖି ଡାକ୍ତରଙ୍କ  ଦାବି ଉପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଧ୍ୟାନ ଦିଅନ୍ତୁ ବୋଲି ଅପିଲ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe