କାନାଡାରେ ଭାରତୀୟଙ୍କୁ ହତ୍ୟା ; ଛୁରି ଭୁସି ମାରିଦେଲେ

କାନାଡାରେ ଭାରତୀୟ ନାଗରିକଙ୍କୁ ହତ୍ୟା ।  ଓଟାୱା ନିକଟ ରକ୍ଲାଣ୍ଡ ଅଞ୍ଚଳରେ ଛୁରି ଭୁସି ହତ୍ୟା। ଘଟଣାରେ ଜଣେ ଅପରାଧୀ ଗିରଫ । ମୃତକଙ୍କ ପରିବାରକୁ ଯୋଗାଯୋଗ କଲା ଭାରତୀୟ ଦୂତାବାସ।

KanakNews##

KanakNews## Photograph: (KanakNews)

କନକ ବ୍ୟୁରୋ: କାନାଡାରେ ଭାରତୀୟ ନାଗରିକଙ୍କୁ ହତ୍ୟା । କାନାଡାର ଓଟାୱା ନିକଟ ରକ୍ଲାଣ୍ଡ ଅଞ୍ଚଳରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି ବୋଲି କାନାଡାସ୍ଥିତ ଭାରତୀୟ ଦୂତାବାସ ସୂଚନା ଦେଇଛି । ଦୂତାବାସର ସୂଚନା ଅନୁଯାୟୀ, ଜଣେ ଅପରାଧୀଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ଓଟାୱା ନିକଟସ୍ଥ ରକ୍ଲାଣ୍ଡରେ ଭାରତୀୟ ନାଗରିକଙ୍କୁ ଛୁରାମାଡ଼ରେ ଘଟିଥିବା ମୃତ୍ୟୁରେ ଆମେ ଗଭୀର ଦୁଃଖିତ । ଶୋକସନ୍ତପ୍ତ ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ପାଇଁ ଆମେ ଏକ ସ୍ଥାନୀୟ କମ୍ୟୁନିଟି ଆସୋସିଏସନ୍ ଜରିଆରେ ଯୋଗାଯୋଗରେ ଅଛୁ ବୋଲି ଦୂତାବାସ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe