କନକ ବ୍ୟୁରୋ: ଓଡ଼ିଶାରେ ହେବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା ହୋଇଯାଇଛି । ଆଜି ହକି ଇଣ୍ଡିଆ ତରଫରୁ ୩୨ ଜଣିଆ ଭାରତୀୟ ପୁରୁଷ ଟିମ ସଦସ୍ୟଙ୍କ ନାଁ ଘୋଷଣା କରାଯାଇଛି । ଏଥିରେ ୩ ଜଣ ଓଡ଼ିଆ ଖେଳାଳି ମଧ୍ୟ ରହିଛନ୍ତି । ଓଡ଼ିଶାର ଶିଳାନନ୍ଦ ଲାକ୍ରା, ନିଲପ ସଂଜୀପ ଖେସ ଓ ଅମିତ ରୋହିଦାସ ଭାରତୀୟ ଟିମରେ ରହିଛନ୍ତି । ତେବେ ଆସନ୍ତା ମାସ ଫେବ୍ରୁଆରୀ ୧୫ ରୁ ହକି ମହାକୁମ୍ଭ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିବ । ଏହାପରେ ଜର୍ମାନୀ, ଇଂଲଣ୍ଡ ଓ ଆୟର୍ଲାଣ୍ଡକୁ ଭେଟିବ ଭାରତୀୟ ହକି ଦଳ । ଡ୍ରାଗ ଫ୍ଲିକର ହରମନପ୍ରୀତ ସିଂଙ୍କ ନେତୃତ୍ବରେ ମୈଦାନକୁ ଓଲ୍ହାଇବ ଦଳ । ଦଳର ଉପଅଧିନାୟକ ରହିଛନ୍ତି ହାର୍ଦିକ ସିଂ । ତେବେ ଭାରତୀୟ ଟିମର ମେରୁଦଣ୍ଡ ପାଲିଟିବେ ୩ ଓଡିଆ ଖେଳାଳି । ଡିଫେଣ୍ଡର ଅମିତ ରୋହିଦାସ ଓ ସଞ୍ଜୀବ ଖେସଙ୍କ ଉପରେ ରହିବ ନଜର ସେହିପରି ଫରୱାର୍ଡରେ ମୋର୍ଚ୍ଚା ସମ୍ଭାଳିବେ ଶିଳାନନ୍ଦ ଲାକ୍ରା ।
ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା ; ଟିମରେ ୩ ଓଡିଆ
ଓଡ଼ିଶାରେ ହେବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା । ୩୨ ଜଣିଆ ଭାରତୀୟ ପୁରୁଷ ଟିମରେ ୩ ଓଡ଼ିଆ ଖେଳାଳି ସାମିଲ । ଫେବ୍ରୁଆରୀ ୧୫ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ
/kanak/media/media_files/2025/01/30/CD8Oilp4grjQN7oLwfEt.jpg)