କନକ ବ୍ୟୁରୋ : ସାରା ଦୁନିଆରେ ଭାରତୀୟ ସଂସ୍କୃତି ଏବଂ ସଭ୍ୟତାକୁ ସମ୍ମାନ କରାଯାଏ । ଭାରତର ସରଳତା ଏବଂ ପୋଷାକ ସହିତ ଖାଦ୍ୟକୁ ମଧ୍ୟ ବହୁତ ପସନ୍ଦ କରନ୍ତି ବିଦେଶୀ । ବଡ଼ମାନଙ୍କୁ ଆଦର ସତ୍କାର କରିବା ଏବଂ ଏହାସହ ଯୋଗ ମଧ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ଅଭ୍ୟାସ ସହ କେବଳ ଭାବନା ଜଡ଼ିତ ନୁହେଁ ବରଂ ଏଗୁଡ଼ିକ ଆମର ସଠିକ୍ ଜୀବନଶୈଳୀ ଏବଂ ଅନୁଶାସନ ପାଇଁ ମଧ୍ୟ ଜରୁରୀ ବୋଲି ମନେ କରାଯାଏ । ଯାହାକୁ ଆଜି ସମଗ୍ର ବିଶ୍ୱ ଆପଣାଉଛି । ଏପରି ସ୍ଥଳେ ଭାରତୀୟମାନଙ୍କର କିଛି ଅନ୍ୟ ଅଭ୍ୟାସ ମଧ୍ୟ ଅଛି ଯାହାକୁ ଜାପାନରେ ମଧ୍ୟ ଆପଣାଯାଏ । ଭାରତ ଏବଂ ଜାପାନ ଉଭୟ ଦେଶର ପରମ୍ପରା ଏବଂ ଅନୁଶାସନ ଗଭୀର ଭାବରେ ଜଡ଼ିତ । ଭାରତୀୟମାନଙ୍କର କିଛି ଏପରି ଅଭ୍ୟାସ ଯାହାକୁ ଜାପାନର ଲୋକମାନେ ମଧ୍ୟ ଆପଣାଇଥା’ନ୍ତି । ଆସନ୍ତୁ ଜାଣିବା ଏପରି କିଛି ଅଭ୍ୟାସ ବିଷୟରେ ଯାହା ଉଭୟ ଦେଶରେ ହିଁ ବହୁତ ସାଧାରଣ ।
/filters:format(webp)/kanak/media/media_files/2025/08/07/sit-2025-08-07-13-39-06.jpg)
ଚଟାଣରେ ବସି ଖାଇବା
ତଳେ ବସି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆମେ ପିଲାବେଳୁ ଜାଣୁ । ଏହାଦ୍ୱାରା ଖାଦ୍ୟ ଶୀଘ୍ର ହଜମ କରିବାରେ ସାହାଯ୍ୟ ମିଳିଥାଏ । ଜାପାନରେ ମଧ୍ୟ ତଳେ ବସି ଖାଦ୍ୟ ଖାଇବାର ପରମ୍ପରା ରହିଛି । ଏକ ଛୋଟ ଟେବୁଲ୍ ଉପରେ ଖାଦ୍ୟ ରଖି ସାମ୍ନାରେ ଆସନ ବିଛାଇ ଲୋକମାନେ ଖାଦ୍ୟ ଖାଇବାର ମଜା ଉଠାଇଥା’ନ୍ତି । ଏହି ଅଭ୍ୟାସ ଭାରତୀୟ ଶୈଳୀ ସହ ମେଳ ଖାଏ ।
/filters:format(webp)/kanak/media/media_files/2025/08/07/bowing-2025-08-07-13-40-28.jpg)
ସମ୍ମାନ ଏବଂ ନମ୍ରତାର ସହିତ ବ୍ୟବହାର
ଭାରତରେ ବଡ଼ମାନଙ୍କୁ ପ୍ରଣାମ କରିବା, ତାଙ୍କର ପାଦ ଛୁଇଁବା ଏବଂ ଆଦର ସହିତ କଥା ହେବାର ପରମ୍ପରା ରହିଛି । ଯାହା ଜାପାନ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳେ । ସେଠାରେ ମୁଣ୍ଡ ନୁଆଁଇ ଗ୍ରେଟିଟ୍ୟୁଡ୍ ଅର୍ପଣ କରାଯାଏ । ଏହା ବିନମ୍ର ସ୍ୱଭାବ ଏବଂ ଅନ୍ୟମାନଙ୍କ ପ୍ରତି ଆଦରକୁ ଦର୍ଶାଇଥାଏ । ଉଭୟ ଦେଶରେ ହିଁ ଆଦରକୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଗୁଣ ବୋଲି ମନେ କରାଯାଏ ।
/filters:format(webp)/kanak/media/media_files/2025/08/07/yoga-2025-08-07-13-41-20.jpg)
ଯୋଗ ଏବଂ ମେଡିଟେସନର ଟ୍ରେଣ୍ଡ
ଯୋଗ ଏବଂ ଧ୍ୟାନ କରିବା ଜୀବନଶୈଳୀର ମହତ୍ତ୍ୱପୂର୍ଣ୍ଣ ଅଂଶ । ଜାପାନରେ ମେଡିଟେସନକୁ ଜଜେନ୍ କୁହାଯାଏ । ଜାପାନର ଲୋକମାନେ ନିୟମିତ ରୂପରେ ମେଡିଟେସନ ଏବଂ ଯୋଗର ଅଭ୍ୟାସ କରନ୍ତି । ଏହା ମାନସିକ ସ୍ବାସ୍ଥ୍ୟକୁ ସଠିକ୍ ରଖିବା, କନସେଣ୍ଟ୍ରେସନକୁ ବଢ଼ାଇବା କ୍ଷେତ୍ରରେ ଲାଭଦାୟକ ବୋଲି ମନେ କରାଯାଏ ।
/filters:format(webp)/kanak/media/media_files/2025/08/07/female-friends-praying-before-ea-2025-08-07-13-43-39.jpg)
ଖାଇବା ପୂର୍ବର ଅଭ୍ୟାସ
ଖାଇବା ପୂର୍ବରୁ ଭାରତରେ ପ୍ରାର୍ଥନା ଏବଂ ପରେ ଧନ୍ୟବାଦ ଦିଆଯାଏ, ସେହିପରି ଜାପାନରେ ମଧ୍ୟ ଖାଦ୍ୟ ଆରମ୍ଭ କରିବା ପୂର୍ବରୁ ‘ଇତାଦାକିମାସୁ’ ଏବଂ ଖାଇବା ପରେ ‘ଗୋଚିସୋସାମା ଦେଶିତା’ କୁହାଯାଏ । ଏହା ଖାଦ୍ୟ ପ୍ରତି ଗ୍ରାଟିଚ୍ୟୁଡ୍ ଏବଂ ଧନ୍ୟବାଦ ଦେଖାଇବା ପାଇଁ କରାଯାଏ ।
/filters:format(webp)/kanak/media/media_files/2025/08/07/lifestyle-2025-08-07-13-44-06.jpg)
ସରଳ ଜୀବନ
ଜାପାନୀମାନଙ୍କର ଲାଇଫଷ୍ଟାଇଲ ଏବଂ ଖାଦ୍ୟ ମଧ୍ୟ ସରଳ ହୋଇଥାଏ । ସକାଳୁ ଶୀଘ୍ର ଉଠିବା, ପ୍ରକୃତିକୁ ଆଦର କରିବା, ଜୋତା-ଚପଲ ବାହାରେ କାଢ଼ି ଖାଲି ପାଦରେ ଘରେ ଯିବା ଏଭଳି ଅନେକ ଅଭ୍ୟାସ ଜାପାନୀ ଲୋକଙ୍କ ସରଳ ଜୀବନକୁ ବୁଝାଏ । କିନ୍ତୁ ଆଜିକାଲି ବ୍ୟସ୍ତବହୁଳ ସମୟ ଏବଂ ଅନେକ କାରଣରୁ ଉଭୟ ଦେଶରେ କିଛି ଲୋକଙ୍କର ଲାଇଫଷ୍ଟାଇଲରେ ପରିବର୍ତ୍ତନ ଦେଖିବାକୁ ମିଳେ ।