୯ ଦିନରେ ମୋଦୀଙ୍କର ୯ ନିଷ୍ପତ୍ତି ; ପାକିସ୍ତାନ ପାଇଁ ଆକାଶ, ପାଣି ସବୁ ବନ୍ଦ

ପହଲଗାମ ଆକ୍ରମଣ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ୯ ଦିନରେ ନିଆଯାଇଛି ୯ ବଡ଼ ନିଷ୍ପତ୍ତି । ସୀମା ବନ୍ଦ, ପାଣି ବନ୍ଦ, ଆକାଶ ବନ୍ଦ । ଅନ୍ତର୍ଜାତୀୟ ମଞ୍ଚରେ ପାକ୍‌କୁ ଘେରିଛି ଭାରତ ।

ଭାରତ ସରକାର

ଭାରତ ସରକାର Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ପହଲଗାମ ଆକ୍ରମଣ ପରେ ଏବେ ଚାପରେ ପାକିସ୍ତାନ । ୯ ଦିନରେ ଭାରତର ୯ଟି ବଡ଼ ନିଷ୍ପତ୍ତି ଦେଖି ଛାନିଆ ହେଲାଣି ପଡ଼ୋଶୀ ଦେଶ । ଜଳ, ସ୍ଥଳ, ଆକାଶ ସବୁ ମୋର୍ଚ୍ଚାରେ ପାକିସ୍ତାନକୁ ମାତ ଦେବାକୁ ହୋଇଛି ଯୋଜନା । ଏବେ ନଜର ପକାନ୍ତୁ ୯ଦିନରେ ଭାରତ ସରକାର ନେଇଥିବା ୯ଟି ବଡ଼ ପଦକ୍ଷେପ ଉପରେ।

ଅଟ୍ଟାରୀ-ୱାଘା ବର୍ଡର ବନ୍ଦ
ଭାରତ ଆସିପାରିବେନି କୌଣସି ପାକିସ୍ତାନୀ
କେବଳ ଅଟ୍ଟାରୀ ସୀମା ଦେଇ ଯାଇପାରିବେ ପାକିସ୍ତାନୀ
ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ବନ୍ଦ ନିଷ୍ପତ୍ତି
SAARC ଭିସା ଯୋଜନାକୁ ବନ୍ଦ କରିଛି ଭାରତ
ପାକିସ୍ତାନ ଉପରେ ଭାରତର ୱାଟର ଷ୍ଟ୍ରାଇକ୍‌
ସିନ୍ଧୁ ଜଳ ଚୁନ୍ତି ରଦ୍ଦ କରିଛି ଭାରତ
ପାକିସ୍ତାନର ୮୦% କୃଷି ସିନ୍ଧୁ ଜଳ ଉପରେ ନିର୍ଭରଶୀଳ
ପାଣି ନ ମିଳିଲେ ଠପ ହୋଇଯିବ ହାଇଡ୍ରୋ ପାୱାର ପ୍ରୋଜେକ୍ଟ
ଉଚ୍ଚାୟୋଗରେ କର୍ମଚାରୀଙ୍କ ସଂଖ୍ୟା କମାଇଲା ଭାରତ
କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ
ଡିଜିଟାଲ ଷ୍ଟ୍ରାଇକ୍‌ ମାଧ୍ୟମରେ ୧୬ ୟୁଟୁବ ଚାନେଲ ବ୍ୟାନ
ଭାରତ ଆକାଶରେ ଉଡ଼ିବନି ପାକିସ୍ତାନୀ ବିମାନ
ପାକିସ୍ତାନ ବିମାନ ପାଇଁ ଭାରତର ଏୟାର ସ୍ପେସ୍‌ ବନ୍ଦ
ବର୍ଡରରେ ଜାମର ଲଗାଇଲା ଭାରତ
ମେ ୨୩ ଯାଏଁ ଏୟାର ସ୍ପେସ୍‌ ବନ୍ଦ ରଖିବାକୁ ସିସିପିଏ ବୈଠକରେ ନିଷ୍ପତ୍ତି
ସୀମାରେ ଅସ୍ତ୍ର ବିରତି ଉଲଂଘନ କରୁଥିବା ପାକିସ୍ତାନକୁ କଡ଼ା ଜବାବ ଦିଆଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe